ଜାତୀୟ

ଆଉ କ୍ୟାବରେ ଦେବାକୁ ପଡିବନି ଅଧିକ ଭଡା

ଯାତ୍ରୀମାନଙ୍କ ପାଇଁ ଆସିଲା ଖୁସି ଖବର । ଏଣିକି କ୍ୟାବ ସେବାକୁ ନେଇ ଆଉ ଆପଣଙ୍କୁ ଚିନ୍ତା କରିବାକୁ ପଡିବନି, କି ଭଡା ଅଧିକ ହେବାର ଭୟ ମଧ୍ୟ ରହିବନି । ଜାନୁଆରୀ ୧ ତାରିଖଠାରୁ ଆରମ୍ଭ ହେଉଛି ସରକାରୀ ଟ୍ୟାକ୍ସି ବ୍ୟବସ୍ଥା । ଯାହାର ନାଁ ରହିଛି ଭାରତ ଟ୍ୟାକ୍ସି ସେବା । ଯାହା ଘେରୋଇ କ୍ୟାବ ସେବା ଗୁଡିକ ସିଧାସଳଖ ଚ୍ୟାଲେଞ୍ଜ ଦେବ ।କାରଣ ଏହାର ଭଡା ଘରୋଇ କ୍ୟାବ ଭଡାଠାରୁ କମ୍ ରହିବ ଏବଂ ସଧାରଣ ଲୋକମାନଙ୍କୁ ସୁବିଧା, ସୁଲଭ ଏବଂ ଉତ୍ତମରେ ସେବା ମଧ୍ୟ ମିଳିବ । ତେବେ ଏହାକୁ ଉଭୟ ଗୁଗୁଲ ପ୍ଲେ ଷ୍ଟୋର ଓ ମୋବାଇଲ ଆପ ମାଧ୍ୟମରେ ବ୍ୟବହାର କରିପାରିବେ। ଏହି କ୍ୟାବ ଯୋଜନାଦ୍ୱାରା ଯାତ୍ରୀ ମାନଙ୍କୁ ଭିଡ କିମ୍ବା ଖରାପ ପାଗ ଯୋଗୁଁ ଅଧିକ ଭଡା ଦେବାକୁ ପଡିବ ନାହିଁ । ବର୍ତ୍ତମାନ ଏହି ସେବା ଦିଲ୍ଲୀ ଏବଂ ଗୁଜୁରାଟରେ ଉପଲବ୍ଧ ହେବ। ତିନୋଟି ବର୍ଗ ଯଥା କାର, ଅଟୋ ଏବଂ ବାଇକରେ ଏହି ସେବା ମିଳିବ । ସୁଲଭ ମୂ୍ଲ୍ୟରେ ମିଳୁଥିବାରୁ ଯାତ୍ରୀମାନେ ନିଜ ଇଚ୍ଛାରେ ଯେ କୌଣସି ସେବା ବାଛିପାରିବେ। ଯଦି ଏହି ସେବା ଆଗମୀ ଦିନରେ ସଫଳ ହୁଏ ତେବେ ଏହା ଭାରତର ସମସ୍ତ ସ୍ଥାନରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି ।

darshan_admin

About Author

You may also like

ଜାତୀୟ

ଉତ୍ତରାଖଣ୍ଡ ଆର୍ମି କ୍ୟାମ୍ପରେ ଭୟଙ୍କର ଅଗ୍ନିକାଣ୍ଡ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାର ଜୋଶୀମଠ ଓଲି ରୋଡରେ ଥିବା ଏକ ଆର୍ମି କ୍ୟାମ୍ପରେ ହୋଇଛି ଅଗ୍ନିକାଣ୍ଡ । ଆର୍ମି କ୍ୟାମ୍ପ ଭିତରେ ଥିବା ଏକ ଷ୍ଟୋରରେ
ଜାତୀୟ ରାଜ୍ୟ

ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ପଛରେ ପକାଇଲା ଓଡିଶା

ଗୋଟେ ପଟେ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ସାରା ଦେଶ ଏବେ ଚିନ୍ତାରେ ଥିବା ବେଳେ ଅନ୍ୟପଟେ ଓଡିଶାର କିଛି ସହରରେ ବାୟୁ ଗୁଣମାନ ଚିନ୍ତା ଜନକ