ଅପରାଧ

ଖୋଲିବ ହ୍ୟୁମାନ ସାଗର ମୃତ୍ୟୁ ରହସ୍ୟ

ଖୋଲିବ ହ୍ୟୁମାନ ସାଗର ମୃତ୍ୟୁ ରହସ୍ୟ । ହ୍ୟୁମାନ ସାଗର ମୃତ୍ୟୁ ଘଟଣାର ହେବ ତଦନ୍ତ । ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ଗୃହ ବିଭାଗର ସଚିବ। ସୋମବାର ସନ୍ଧ୍ୟାରେ ହ୍ୟୁମାନ ସାଗର ମୃତ୍ୟୁ ରହସ୍ୟ ଖୋଲିବା ପାଇଁ ରାଜ୍ୟ ଗୃହ ବିଭାଗ ସଚିବ ସତ୍ୟବ୍ରତ ସାହୁ ସୋମବାର ସନ୍ଧ୍ୟାରେ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ସିଭିଲ ସୋସାଇଟ ପକ୍ଷରୁ ବିଶ୍ୱନାଥ ପାତ୍ରଙ୍କ ତତ୍ତ୍ୱାବଧାନରେ ଗୃହ ବିଭାଗରେ ଅଭିଯୋଗ ହେବା ପରେ ଗୃହ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ହ୍ୟୁମାନ ସାଗରର ଦେହ ଅସୁସ୍ଥତା ମଧ୍ୟରେ ପ୍ରୋଗ୍ରାମ ବୁକ କିଏ କରୁଥିଲେ, ଦେହ ଅସୁସ୍ଥ ସତ୍ତ୍ୱେ କାହିଁକି ହସ୍ପିଟାଲକୁ ନିଆ ଯାଇନଥିଲା, ହ୍ୟୁମାନ ଆଇସିୟୁରେ ଥିବା ବେଳେ କିଏ କିପରି ଆଇସିୟୁ ଭିତରକୁ ଯାଇଥିଲେ । ତେବେ ସିଭିଲ ସୋସାଇଟି ପକ୍ଷରୁ ପୋଲିସକୁ ହ୍ୟୁମାନଙ୍କ ମୃତ୍ୟୁ ରହସ୍ୟ ଖୋଜିବାକୁ ଦାବି କରାଯିବା ପରେ ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

darshan_admin

About Author

You may also like

ଅପରାଧ

ଥାନା ଅଧିକାରୀଙ୍କ ଦୁର୍ବ୍ୟବହାରରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଗଜପତି: ଗଜପତି ଜିଲ୍ଲା ଗୋସାଣି ବ୍ଲକ ମହାଦେଇପୁରୁ ଗ୍ରାମର ମନାଶ ଜେନା ନାମକ ଜଣେ ମହିଳା ପାରଳାଖେମୁଣ୍ଡିରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ହଠାତ ଆତ୍ମହତ୍ୟା କରିବା
ଅପରାଧ

ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ : ଜେଲ ଗଲେ ୪ ଦଲାଲ

 ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ସିବିଆଇ ମାଷ୍ଟରମାଇଣ୍ଡ୍ ତଥା ପଞ୍ଚସପ୍ଟ୍ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍ ମାଲିକ ଶଙ୍କର ପୃଷ୍ଟି ଓ ସିଲିକନ୍ ଟେକ୍‌ର ମାଲିକ ସୁରେଶ ନାୟକଙ୍କୁ ରିମାଣ୍ଡରେ