ଅପରାଧ

ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ : ଜେଲ ଗଲେ ୪ ଦଲାଲ

  • February 25, 2026

 ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ସିବିଆଇ ମାଷ୍ଟରମାଇଣ୍ଡ୍ ତଥା ପଞ୍ଚସପ୍ଟ୍ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍ ମାଲିକ ଶଙ୍କର ପୃଷ୍ଟି ଓ ସିଲିକନ୍ ଟେକ୍‌ର ମାଲିକ ସୁରେଶ ନାୟକଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି । ଏମାନଙ୍କୁ ଜେରା ସମୟରେ ବହୁ ବଡ଼ ମୁଣ୍ଡର ଲିଙ୍କ୍ ପଦାକୁ ଆସିବ ବୋଲି ସିବିଆଇ ଆଶା ରଖିଛି । ରିମାଣ୍ଡ୍ ପାଇଁ ଆସନ୍ତା ସପ୍ତାହରେ ଆବେଦନ କରାଯିବ ବୋଲି ସିବିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ସେପଟେ ସିବିଆଇ ୪ […]

ଅପରାଧ

ଖୋଲିବ ହ୍ୟୁମାନ ସାଗର ମୃତ୍ୟୁ ରହସ୍ୟ

  • February 25, 2026

ଖୋଲିବ ହ୍ୟୁମାନ ସାଗର ମୃତ୍ୟୁ ରହସ୍ୟ । ହ୍ୟୁମାନ ସାଗର ମୃତ୍ୟୁ ଘଟଣାର ହେବ ତଦନ୍ତ । ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ଗୃହ ବିଭାଗର ସଚିବ। ସୋମବାର ସନ୍ଧ୍ୟାରେ ହ୍ୟୁମାନ ସାଗର ମୃତ୍ୟୁ ରହସ୍ୟ ଖୋଲିବା ପାଇଁ ରାଜ୍ୟ ଗୃହ ବିଭାଗ ସଚିବ ସତ୍ୟବ୍ରତ ସାହୁ ସୋମବାର ସନ୍ଧ୍ୟାରେ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ସିଭିଲ ସୋସାଇଟ ପକ୍ଷରୁ ବିଶ୍ୱନାଥ ପାତ୍ରଙ୍କ ତତ୍ତ୍ୱାବଧାନରେ ଗୃହ ବିଭାଗରେ ଅଭିଯୋଗ ହେବା ପରେ ଗୃହ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ […]

ଅପରାଧ

ଥାନା ଅଧିକାରୀଙ୍କ ଦୁର୍ବ୍ୟବହାରରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

  • February 25, 2026

ଗଜପତି: ଗଜପତି ଜିଲ୍ଲା ଗୋସାଣି ବ୍ଲକ ମହାଦେଇପୁରୁ ଗ୍ରାମର ମନାଶ ଜେନା ନାମକ ଜଣେ ମହିଳା ପାରଳାଖେମୁଣ୍ଡିରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ହଠାତ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ। ପ୍ରଶାନ୍ତ ଧଳ ନାମକ ଜଣେ ବ୍ୟକ୍ତିଙ୍କୁ ୩ଲକ୍ଷ ୭୭ହଜାର ଟଙ୍କା ଉଧାରୀ ଲିଖିତ ଭାବେ ଦେଇଥିଲେ, ହେଲେ କିଛି ଦିନ ପରେ ପ୍ରଶାନ୍ତ ଧଳଙ୍କ ମୃତ୍ୟୁ ହୋଇଥିଲା। ପରବର୍ତ୍ତୀ ସମୟରେ ତାଙ୍କ ପୁଅ ଋଣ ପରିଶୋଧ କରିବି କହି ଦୀର୍ଘ ଦିନ ପରେ ମନା […]

ଅନ୍ତର୍ଜାତୀୟ

ଜାପାନରେ ଭୟଙ୍କର ଅଗ୍ନିକାଣ୍ଡ

  • February 25, 2026

ଜାପାନ: ଦକ୍ଷିଣ-ପଶ୍ଚିମ ଜାପାନର ଓଇଟା ପ୍ରିଫେକ୍ଚରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୭୦ରୁ ଅଧିକ କୋଠା ନଷ୍ଟ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟା ପ୍ରାୟ ୫.୪୫ ସୁଦ୍ଧା ଏପରି ଘଟଣା ଦେଖିବାକୁ ମିଳିଛି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମବାହିନୀ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବାରେ ସଫଳ ହୋଇଛନ୍ତି । ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ଜଣାପଡିଛି । ସୂଚନାନୁଯାୟୀ, ମଙ୍ଗଳବାର ଦକ୍ଷିଣ-ପଶ୍ଚିମ ଜାପାନର […]

ଜାତୀୟ ରାଜ୍ୟ

ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ପଛରେ ପକାଇଲା ଓଡିଶା

  • February 25, 2026

ଗୋଟେ ପଟେ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ସାରା ଦେଶ ଏବେ ଚିନ୍ତାରେ ଥିବା ବେଳେ ଅନ୍ୟପଟେ ଓଡିଶାର କିଛି ସହରରେ ବାୟୁ ଗୁଣମାନ ଚିନ୍ତା ଜନକ ସ୍ଥିତିରେ ପହଞ୍ଚିଛି । ଏକ ରିପୋର୍ଟ ଅନୁଯାୟୀ ରାଜ୍ୟର କିଛି ଅଞ୍ଚଳରେ ଏକ୍ୟୁଆଇ ସ୍ତର ସାଧାରଣ ଠାରୁ ଅଧିକ ରହୁଥିବା ଦେଖାଦେଇଛି । ରିପୋର୍ଟ ଅନୁସାରେ ଶିଳ୍ପ ଅଞ୍ଚଳ ବଢୁଥିବା ଯାନବାହାନ ସଂଖ୍ୟା, ନିର୍ମାଣ କାର୍ଯ୍ୟ ଓ ଧୂଳିକଣା ହେତୁ ବାୟୁ ପ୍ରଦୂଷଣ ସ୍ତର କିଛି ସହରରେ ପ୍ରଭାବ […]

ଜାତୀୟ

ଆଉ କ୍ୟାବରେ ଦେବାକୁ ପଡିବନି ଅଧିକ ଭଡା

  • February 25, 2026

ଯାତ୍ରୀମାନଙ୍କ ପାଇଁ ଆସିଲା ଖୁସି ଖବର । ଏଣିକି କ୍ୟାବ ସେବାକୁ ନେଇ ଆଉ ଆପଣଙ୍କୁ ଚିନ୍ତା କରିବାକୁ ପଡିବନି, କି ଭଡା ଅଧିକ ହେବାର ଭୟ ମଧ୍ୟ ରହିବନି । ଜାନୁଆରୀ ୧ ତାରିଖଠାରୁ ଆରମ୍ଭ ହେଉଛି ସରକାରୀ ଟ୍ୟାକ୍ସି ବ୍ୟବସ୍ଥା । ଯାହାର ନାଁ ରହିଛି ଭାରତ ଟ୍ୟାକ୍ସି ସେବା । ଯାହା ଘେରୋଇ କ୍ୟାବ ସେବା ଗୁଡିକ ସିଧାସଳଖ ଚ୍ୟାଲେଞ୍ଜ ଦେବ ।କାରଣ ଏହାର ଭଡା ଘରୋଇ କ୍ୟାବ ଭଡାଠାରୁ କମ୍ ରହିବ […]

ଜାତୀୟ

ଉତ୍ତରାଖଣ୍ଡ ଆର୍ମି କ୍ୟାମ୍ପରେ ଭୟଙ୍କର ଅଗ୍ନିକାଣ୍ଡ

  • February 25, 2026

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାର ଜୋଶୀମଠ ଓଲି ରୋଡରେ ଥିବା ଏକ ଆର୍ମି କ୍ୟାମ୍ପରେ ହୋଇଛି ଅଗ୍ନିକାଣ୍ଡ । ଆର୍ମି କ୍ୟାମ୍ପ ଭିତରେ ଥିବା ଏକ ଷ୍ଟୋରରେ ଭୟଙ୍କର ନିଆଁ ଲାଗିଛି । ନିଆଁ ଲାଗିବା ପରେ ପୁରା କ୍ୟାମ୍ପ ପରିସରରେ ଆତଙ୍କ ଖେଳିଯାଇଥିଲା। ଘଟଣା ସ୍ଥଳରେ ଫାୟାର ବ୍ରିଗେଡ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛି । ତେବେ ନିଆଁ କେଉଁ କାରଣରୁ ଲାଗିଛି, ତାହା ଅସ୍ପଷ୍ଟ ରହିଛି । ତେବେ ଜୋରରେ […]

ପର୍ଯ୍ୟଟନ

ଚିଲିକାରେ ପକ୍ଷୀ ଆଗମନରେ ପର୍ଯ୍ୟଟନ ଉତ୍ସାହ

  • February 25, 2026

ଖୋର୍ଦ୍ଧା, ସମ୍ବାଦଦାତା: ଏସିଆର ସର୍ବବୃହତ୍ ଖାରାପାଣି ହ୍ରଦ ଭାବେ ପରିଚିତ ଚିଲିକାରେ ପ୍ରବାସୀ ପକ୍ଷୀଙ୍କ ଆଗମନ ସହ ପର୍ଯ୍ୟଟନ କ୍ଷେତ୍ରରେ ଉତ୍ସାହ ଦେଖାଯାଇଛି। ପକ୍ଷୀଦର୍ଶନ ଓ ଡଲଫିନ ଦର୍ଶନ ପାଇଁ ପର୍ଯ୍ୟଟକମାନେ ବଡ଼ ସଂଖ୍ୟାରେ ଆସୁଛନ୍ତି। ପର୍ଯ୍ୟଟନ ବିଭାଗ ତରଫରୁ ନୌକାଚଳନ ଓ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ସ୍ଥାନୀୟ ମାଛଜୀବୀ ଓ ବ୍ୟବସାୟୀମାନେ ପର୍ଯ୍ୟଟନ ବୃଦ୍ଧିକୁ ସ୍ୱାଗତ କରିଛନ୍ତି, ଯାହା ଅଞ୍ଚଳର ଆର୍ଥିକ କ୍ରିୟାକଳାପକୁ ଚାଲନା ଦେଉଛି।

ପର୍ଯ୍ୟଟନ

ସିମିଲିପାଲ ଜାତୀୟ ଉଦ୍ୟାନରେ ସୁରକ୍ଷା ବ୍ୟବସ୍ଥା କଠୋର

  • February 25, 2026

ମୟୁରଭଞ୍ଜ, ପ୍ରତିନିଧି: ସିମିଲିପାଲ ଜାତୀୟ ଉଦ୍ୟାନରେ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି। ବାଘ ସହ ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମନ୍ତେ ପହରା ବ୍ୟବସ୍ଥା ବଢ଼ାଯାଇଛି। ପର୍ଯ୍ୟଟନ ମୌସୁମରେ ପର୍ଯ୍ୟଟକମାନଙ୍କ ପାଇଁ ସୀମିତ ସଂଖ୍ୟାରେ ପ୍ରବେଶ ବ୍ୟବସ୍ଥା ରଖାଯାଇଛି, ଯାହାଦ୍ୱାରା ପରିବେଶ ସମତା ରକ୍ଷା କରାଯାଉଛି। ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକମାନେ ଉଦ୍ୟାନର ସୌନ୍ଦର୍ଯ୍ୟ ଉପଭୋଗ କରୁଥିବାବେଳେ ସୁରକ୍ଷା ନିୟମ ମାନିବାକୁ ଅନୁରୋଧ କରାଯାଇଛି।

ପର୍ଯ୍ୟଟନ

ଦାରିଙ୍ଗବାଡ଼ିରେ ଶୀତ ଋତୁ ପର୍ଯ୍ୟଟନ ଚଞ୍ଚଳ

  • February 25, 2026

କନ୍ଧମାଳ, ସମ୍ବାଦଦାତା: ଶୀତ ଋତୁ ପ୍ରବେଶ ସହ ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ କ୍ଷେତ୍ରରେ ଚଞ୍ଚଳତା ଦେଖାଯାଇଛି। ପାଇନ ଜଙ୍ଗଲ, ପାହାଡ଼ିଆ ପରିବେଶ ଓ କଫି ଚାଷ ଅଞ୍ଚଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ପର୍ଯ୍ୟଟନ ବିଭାଗ ତରଫରୁ ଆବଶ୍ୟକ ଢାଞ୍ଚାଗତ ସୁବିଧା ସୁଦୃଢ଼ କରାଯାଇଛି। ହୋଟେଲ ଓ ହୋମଷ୍ଟେରେ ଅଗ୍ରିମ ବୁକିଂ ବଢ଼ିଥିବା ସୂଚନା ମିଳିଛି। ସ୍ଥାନୀୟ ବ୍ୟବସାୟୀମାନେ ଏହାକୁ ଅଞ୍ଚଳର ଆର୍ଥିକ ଉନ୍ନତି ପାଇଁ ଉପକାରୀ ବୋଲି ମତ ପ୍ରକାଶ କରିଛନ୍ତି।