ରାଜ୍ୟ

୨୪ ଘଣ୍ଟାରେ ଲଘୁଚାପ: ପ୍ରବଳ ବର୍ଷା ଘଡଘଡିକୁ ପବନ; ୨୧ ଜିଲ୍ଲାକୁ ଆଲର୍ଟ

  • May 14, 2026

ଓଡ଼ିଶାରେ ପୁଣି ବଦଳୁଛି ପାଗ। ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ସମ୍ଭାବନା ଥିବାବେଳେ ରାଜ୍ୟର ୨୧ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ। ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ଓ ୫୦ କିମି ବେଗରେ ପବନ ବହିପାରେ। ସେପଟେ ଏଥର ସ୍ୱାଭାବିକ ସମୟରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଆଶା କରାଯାଉଛି।ସପ୍ତାହର ଶେଷ ସୁଦ୍ଧା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି। ଦକ୍ଷିଣ ବଙ୍ଗୋପସାଗର, […]

ଜାତୀୟ

ଭିତରେ ଖଚାଖଚ ବୁଲୁଛି ଖୁର, ଏଠି କ୍ୟାସ୍ ବଦଳରେ ହେଉଛି ହେୟାର କଟ୍

  • May 14, 2026

ଏଟିଏମ୍‌କୁ ଟଙ୍କା ଉଠାଇବାକୁ ଯାଇ ଯଦି ହାତରେ କ୍ୟାସ୍ ବଦଳରେ ମିଳିଯାଏ ହେୟାର କଟ୍…! ଶୁଣିଲେ ଅଜବ ଲାଗୁଥିବ ନିଶ୍ଚୟ। କିନ୍ତୁ ଏମିତି ଏକ ମଜାଦାର ଘଟଣା ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ବାହାରୁ ଦେଖିଲେ ପୂରା SBI ATM, ହେଲେ ଭିତରକୁ ପଶିଲେ ଚାଲିଛି ଚୁଟି କଟା। ପାଟନାର ଏହି ‘ATM ସେଲୁନ୍’ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ।ବୁଲୁଛି କଇଁଚି… ଚାଲିଛି ହେୟାର ଡ୍ରାୟର… ତଳେ ପଡ଼ିଛି ଗଦା ଗଦା ଚୁଟି। ଦୃଶ୍ୟ […]

ରାଜ୍ୟ

ଅମଲା କାମରୁ ହଟିବେ ସୁରକ୍ଷାକର୍ମୀ, ପୋଲିସ ଡିଜିଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି

  • May 14, 2026

ଅମଲା କାମରୁ ହଟିବେ ସୁରକ୍ଷାକର୍ମୀ। ପୋଲିସ ବିଭାଗରେ ବଡ଼ ପଦକ୍ଷେପ। ପୋଲିସ ମୁଖ୍ୟାଳୟରୁ ଆରମ୍ଭ କରି ବିଭିନ୍ନ ୟୁନିଟରେ ଦୀର୍ଘଦିନ ଧରି ଅମଲା କାମରେ ନିୟୋଜିତ ସିପାହୀଙ୍କୁ ଫେରାଇ ନିଆଯିବ। ଏନେଇ ପୋଲିସ ଡିଜିଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି।ପୋଲିସ ବିଭାଗରେ ଅମଲା କାମ କରୁଥିବା ସିପାହୀମାନଙ୍କୁ ନେଇ ବଡ଼ ନିଷ୍ପତ୍ତି। ଆର୍ମଡ ବାଟାଲିୟନରୁ ଡେପୁଟେସନରେ ଆସି ବିଭିନ୍ନ ଅଫିସରେ କାର୍ଯ୍ୟରତ ଥିବା ସିପାହୀଙ୍କୁ ମୂଳ ବାଟାଲିୟନକୁ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି। ପୋଲିସ […]

କ୍ରୀଡ଼ା

ଆଇପିଏଲ୍‌ରେ ହେବ ବଡ଼ ପରିବର୍ତ୍ତନ, ପଦ ହରାଇପାରନ୍ତି ୩ ଜଣ ଷ୍ଟାର୍ ଅଧିନାୟକ!

  • May 14, 2026

ଆଇପିଏଲ୍‌ରେ ଆସିପାରେ ବଡ଼ ପରିବର୍ତ୍ତନ। ଲଗାତାର ଖରାପ ପ୍ରଦର୍ଶନ ପରେ ତିନିଜଣ ଷ୍ଟାର୍ ଅଧିନାୟକଙ୍କ ଉପରେ ଝୁଲୁଛି ସଂକଟର ଖଡ଼ଗ। ଋଷଭ ପନ୍ତ, ଅକ୍ଷର ପଟେଲ ଓ ଅଜିଙ୍କ୍ୟ ରହାନେଙ୍କ ନେତୃତ୍ୱକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଆଗାମୀ ସିଜିନ୍‌ରେ ଏହି ତିନି ଦଳରେ ହୋଇପାରେ ବଡ଼ ପରିବର୍ତ୍ତନ। ଆଇପିଏଲ୍‌ର ଚଳିତ ସିଜିନ୍ ଶେଷ ପର୍ଯ୍ୟାୟକୁ ଯାଉଥିବା ବେଳେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ଖବର। ଲଗାତାର ଦୁଇଟି ସିଜିନ୍‌ରେ ନିରାଶାଜନକ ପ୍ରଦର୍ଶନ ପରେ ତିନି ହେଭିୱେଟ୍ […]

ଜୀବନଶୈଳୀ ସ୍ୱାସ୍ଥ୍ୟ

ଗ୍ରୀଷ୍ମରେ ତରଭୁଜ ଖାଉଛନ୍ତି କି?ସାବଧାନ! ଭୁଲ୍ ଭାବରେ ଖାଇଲେ ହୋଇପାରେ ମାରାତ୍ମକ।

  • May 14, 2026

ମୁମ୍ବାଇରୁ ଆସିଥିବା ଏକ ଚମକଦାର ଘଟଣା ସମସ୍ତଙ୍କୁ ଭୟଭୀତ କରିଛି। ଖବର ଅନୁସାରେ, ବିରିୟାନି ଖାଇବା ପରେ ତରଭୁଜ ଖାଇଥିବା ଗୋଟିଏ ପରିବାରର ଚାରି ଜଣଙ୍କ ଅସୁସ୍ଥତା ଓ ମୃତ୍ୟୁ ଘଟିଥିବା ଦାବି ହେଉଛି। ଏହା ପରେ ଲୋକଙ୍କ ମନରେ ଉଠିଛି ବଡ଼ ପ୍ରଶ୍ନ—ତରଭୁଜ ଖାଇବାର ଠିକ୍ ଉପାୟ କ’ଣ? ତରଭୁଜ ହେଉଛି ପାଣିରେ ଭରପୂର ଏକ ସ୍ୱାସ୍ଥ୍ୟକର ଫଳ। ଏହା ଶରୀରକୁ ହାଇଡ୍ରେଟ୍ ରଖିଥାଏ, ପେଟ ସଫା କରେ ଏବଂ ଗ୍ରୀଷ୍ମରେ ଶରୀରକୁ ଥଣ୍ଡା ରଖେ। […]

ରାଜ୍ୟ

ଘଡ଼ଘଡ଼ି ସହ ବର୍ଷା, ୫୦ କିମି ବେଗରେ ବହିବ ପବନ

  • May 14, 2026

ରାଜ୍ୟବାସୀଙ୍କୁ ତାତିରୁ ମିଳିଛି ଆଶ୍ବସ୍ତି। ରାତିରେ ବିଜୁଳି ଓ ଘଡ଼ଘଡ଼ି ସହ ଝିପି ଝିପି ବର୍ଷା ପରେ ଆବହାଓଆ ହୋଇଛି ସୁହାଣା। ଆସନ୍ତା ୧୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ଜାରି ରହିବାର ଆଶଙ୍କା କରିଛି ପାଣିପାଗ ବିଭାଗ। ଆଜି ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଝଡ଼ ବର୍ଷାର ସମ୍ଭାବନା ରହିଛି। ବିଶେଷକରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ସହ ୪୦ରୁ […]

ଅପରାଧ

ଚାଲିଥିଲା ରୋଷେଇ ହଠାତ ଫୁଟିଲା ବୋମା, କାର୍ ଚୁରମାର୍

  • May 14, 2026

ପୁରୀ ଡେଲାଙ୍ଗରେ ରାତି ଅଧରେ ବୋମାମାଡ଼। ଫାର୍ମହାଉସ ସାମ୍ନାରେ ଫୁଟିଲା ବୋମା, ଚୁରମାର୍ ହେଲା କାରର କାଚ। ବେଆଇନି ଖଣି ଖୋଳା ଓ ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରୁଛି ପୋଲିସ। ଘଟଣାରେ ଜଣେ ଯୁବକ ସାମାନ୍ୟ ଆହତ ହୋଇଛନ୍ତି।ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧୀନ ହରିପୁର କଲେଜ ନିକଟରେ ଦେଖିବାକୁ ମିଳିଛି ବୋମାମାଡ଼ର ଆତଙ୍କ। ଗତ ରାତି ପ୍ରାୟ ସାଢେ ୧୧ଟା ସମୟରେ ଏକ ଫାର୍ମହାଉସରେ କିଛି ଯୁବକ ରୋଷେଇ କରୁଥିବା […]

ରାଜ୍ୟ

ମାଡ଼ିଆସିଲା ଝଡ଼ବର୍ଷା, କୁଆପଥର ମାଡ଼; ଉଡିଲେ ଲୋକେ, ୧୦୦ରୁ ଅଧିକ ମୃତ

  • May 14, 2026

ଉଡ଼ାଇଲା… ଭାଙ୍ଗିଲା… ଆଉ ନେଇଗଲା ଅନେକ ନିର୍ଦ୍ଦୋଷ ଜୀବନ। ଉତ୍ତରପ୍ରଦେଶରେ କାଳବୈଶାଖୀର ଭୟଙ୍କର ତାଣ୍ଡବ। ପ୍ରବଳ ଝଡ଼, ବର୍ଷା ଏବଂ କୁଆପଥର ମାଡ଼ରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା। ଅନେକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି।ଗତକାଲି ରାତିରେ ହଠାତ୍ ପାଗରେ ପରିବର୍ତ୍ତନ ସହ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳକୁ ମାଡ଼ିଆସିଥିଲା ଭୟଙ୍କର ଝଡ଼ ତୋଫାନ। ପ୍ରବଳ ପବନ ସହ ବର୍ଷା ଏବଂ କୁଆପଥର ମାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ପ୍ରୟାଗରାଜ, ପ୍ରତାପଗଡ଼, ଭଦୋହି, ଫତେହପୁର, ଉନ୍ନାଓ, […]

ଅପରାଧ

Gang Rape Inside Bus: ବସ୍ ଭିତରେ ମହିଳାଙ୍କୁ ଗଣଦୁଷ୍କର୍ମ, ଡ୍ରାଇଭର ଓ କଣ୍ଡକ୍ଟର ଗିରଫ

  • May 14, 2026

ରାଜଧାନୀ ଦିଲ୍ଲୀରୁ ଆସିଛି ଏକ ଲଜ୍ଜାଜନକ ଓ ଚମକାଇଦେବା ଘଟଣା। ବସ୍ ଭିତରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଏହି ଘଟଣାରେ ବସ୍ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ପୋଲିସ ଗିରଫ କରିଛି। ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ଓ ଯାତ୍ରୀ ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ।ଦିଲ୍ଲୀର ରାଣୀ ବାଗ ଅଞ୍ଚଳରେ ଘଟିଛି ଏହି ନିର୍ମମ ଘଟଣା। ଅଭିଯୋଗ ଅନୁସାରେ, ମେ ୧୨ ତାରିଖ ରାତିରେ କାରଖାନାରୁ କାମ ସାରି ଘରକୁ ଫେରୁଥିବା ସମୟରେ ଜଣେ ମହିଳା […]

ରାଜ୍ୟ

ଭୁବନେଶ୍ୱରରେ ପେଟ୍ରୋଲ-ଡିଜେଲ ଅଭାବ ନେଇ ଆତଙ୍କ, ପମ୍ପରେ ଲମ୍ବା ଲାଇନ୍

  • May 14, 2026

ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଅଭାବ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ବିଶେଷ କରି ଘାଟିକିଆ ଓ କଳ୍ପନା ଅଞ୍ଚଳର କେତେକ ପେଟ୍ରୋଲ ପମ୍ପରେ ତେଲ ନଥିବା ଖବର ପ୍ରଚାର ପାଇବା ପରେ ଲୋକେ ଭିଡ଼ ଜମାଇଛନ୍ତି। ବିଭିନ୍ନ ପେଟ୍ରୋଲ ପମ୍ପରେ ଗାଡ଼ି ଧରି ଲୋକମାନେ ଲମ୍ବା ଲାଇନରେ ଠିଆ ହୋଇଥିବା ଦେଖାଯାଇଛି। ଅଭିଯୋଗ ହେଉଛି ଯେ, କେତେକ ପମ୍ପରେ ତେଲ ବିକ୍ରିରେ ସୀମାବଦ୍ଧତା ଲଗାଯାଇଛି। ଦୁଇଚକିଆ ଗାଡ଼ିକୁ କେବଳ ୨୦୦ ଟଙ୍କା ଓ […]