ରାଜ୍ୟ

ଅମଲା କାମରୁ ହଟିବେ ସୁରକ୍ଷାକର୍ମୀ, ପୋଲିସ ଡିଜିଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି

ଅମଲା କାମରୁ ହଟିବେ ସୁରକ୍ଷାକର୍ମୀ। ପୋଲିସ ବିଭାଗରେ ବଡ଼ ପଦକ୍ଷେପ। ପୋଲିସ ମୁଖ୍ୟାଳୟରୁ ଆରମ୍ଭ କରି ବିଭିନ୍ନ ୟୁନିଟରେ ଦୀର୍ଘଦିନ ଧରି ଅମଲା କାମରେ ନିୟୋଜିତ ସିପାହୀଙ୍କୁ ଫେରାଇ ନିଆଯିବ। ଏନେଇ ପୋଲିସ ଡିଜିଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି।ପୋଲିସ ବିଭାଗରେ ଅମଲା କାମ କରୁଥିବା ସିପାହୀମାନଙ୍କୁ ନେଇ ବଡ଼ ନିଷ୍ପତ୍ତି। ଆର୍ମଡ ବାଟାଲିୟନରୁ ଡେପୁଟେସନରେ ଆସି ବିଭିନ୍ନ ଅଫିସରେ କାର୍ଯ୍ୟରତ ଥିବା ସିପାହୀଙ୍କୁ ମୂଳ ବାଟାଲିୟନକୁ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି।

ପୋଲିସ ମୁଖ୍ୟାଳୟ ସହ ବିଭିନ୍ନ ୟୁନିଟରେ ଦୀର୍ଘଦିନ ଧରି ଅମଲା କାମରେ ନିୟୋଜିତ ଥିବା ସିପାହୀମାନଙ୍କୁ ଆସନ୍ତା ୩୧ ତାରିଖ ସୁଦ୍ଧା ଫେରାଇବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି।

ଏନେଇ ସମସ୍ତ ଏଡିଜି, ଆଇଜି, ଡିଆଇଜି ଓ ଏସପିମାନଙ୍କୁ ଚିଠି ଜାରି କରାଯାଇଛି। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମସ୍ତ କର୍ମଚାରୀଙ୍କୁ ରିଲିଭ୍ କରିବା ସହ ଆଇଜି ପର୍ସୋନେଲଙ୍କୁ ଅବଗତ କରାଇବାକୁ ମଧ୍ୟ କୁହାଯାଇଛି।

ପୋଲିସ ବିଭାଗରେ ମାନବ ସମ୍ପଦର ସଠିକ ବ୍ୟବହାର ଏବଂ ବାଟାଲିୟନର କାର୍ଯ୍ୟକୁ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।ଦୀର୍ଘଦିନ ଧରି ଅଫିସ କାମରେ ରହୁଥିବା ସିପାହୀମାନଙ୍କୁ ଫେରାଇବା ନିଷ୍ପତ୍ତି ପରେ ପୋଲିସ ବିଭାଗରେ ଚର୍ଚ୍ଚା ଜୋର ଧରିଛି। ଆଗାମୀ ଦିନରେ ଏହାର ପ୍ରଭାବ କିପରି ପଡ଼ିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।


darshan_admin

About Author

You may also like

ବ୍ୟବସାୟ ରାଜ୍ୟ

ଭୁବନେଶ୍ୱରରେ ମହାନ IT ପାର୍କ ଉଦ୍ଘାଟନ: ଯୁବମାନଙ୍କ ପାଇଁ ଖୁଲିଲା ନୂତନ ଅବସରର ଦ୍ୱାର

ଭୁବନେଶ୍ୱର, ଓଡ଼ିଶା: ରାଜ୍ୟର ରାଜଧାନୀ Bhubaneswar ରେ ଏକ ବିଶାଳ ଓ ଆଧୁନିକ IT ପାର୍କର ଶୁଭ ଉଦ୍ଘାଟନ ହୋଇଛି। ଏହି ପ୍ରକଳ୍ପକୁ ରାଜ୍ୟର ଡିଜିଟାଲ୍ ଉନ୍ନତିରେ
ପର୍ଯ୍ୟଟନ ରାଜ୍ୟ

ପୁରୀରେ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ଲକ୍ଷାଧିକ ଭକ୍ତଙ୍କ ଆଗମନ ଆଶା

ପୁରୀ, ଓଡ଼ିଶା: ପବିତ୍ର ଧାମ Puri ରେ ବିଶ୍ୱପ୍ରସିଦ୍ଧ Rath Yatra ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ପ୍ରଶାସନ ଓ ମନ୍ଦିର କର୍ତ୍ତୃପକ୍ଷ ମିଶି ସମସ୍ତ ବ୍ୟବସ୍ଥା