କ୍ରୀଡ଼ା

ଆଇପିଏଲ୍‌ରେ ହେବ ବଡ଼ ପରିବର୍ତ୍ତନ, ପଦ ହରାଇପାରନ୍ତି ୩ ଜଣ ଷ୍ଟାର୍ ଅଧିନାୟକ!

ଆଇପିଏଲ୍‌ରେ ଆସିପାରେ ବଡ଼ ପରିବର୍ତ୍ତନ। ଲଗାତାର ଖରାପ ପ୍ରଦର୍ଶନ ପରେ ତିନିଜଣ ଷ୍ଟାର୍ ଅଧିନାୟକଙ୍କ ଉପରେ ଝୁଲୁଛି ସଂକଟର ଖଡ଼ଗ। ଋଷଭ ପନ୍ତ, ଅକ୍ଷର ପଟେଲ ଓ ଅଜିଙ୍କ୍ୟ ରହାନେଙ୍କ ନେତୃତ୍ୱକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଆଗାମୀ ସିଜିନ୍‌ରେ ଏହି ତିନି ଦଳରେ ହୋଇପାରେ ବଡ଼ ପରିବର୍ତ୍ତନ। ଆଇପିଏଲ୍‌ର ଚଳିତ ସିଜିନ୍ ଶେଷ ପର୍ଯ୍ୟାୟକୁ ଯାଉଥିବା ବେଳେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ଖବର। ଲଗାତାର ଦୁଇଟି ସିଜିନ୍‌ରେ ନିରାଶାଜନକ ପ୍ରଦର୍ଶନ ପରେ ତିନି ହେଭିୱେଟ୍ ଅଧିନାୟକ ନିଜ ପଦ ହରାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ଚଳିତ ସିଜିନ୍‌ରେ ଆଶାନୁରୂପ ପ୍ରଦର୍ଶନ କରିପାରିନାହାନ୍ତି। ତିନୋଟି ଦଳ ପ୍ଲେଅଫ୍‌ରେ ପହଞ୍ଚିବାରେ ବିଫଳ ହୋଇଥିବାରୁ ଏବେ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠିଛି।ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ର ଅଧିନାୟକ ଋଷଭ ପନ୍ତ ଚଳିତ ସିଜିନ୍‌ରେ ବ୍ୟାଟ୍‌ରେ ଫ୍ଲପ୍ ସାବ୍ୟସ୍ତ ହୋଇଛନ୍ତି। ୧୧ଟି ମ୍ୟାଚ୍‌ରୁ ସେ କେବଳ ୨୫୧ ରନ୍ କରିଥିବା ବେଳେ ତାଙ୍କର ଷ୍ଟ୍ରାଇକ୍ ରେଟ୍‌ ମଧ୍ୟ ଚିନ୍ତାଜନକ ରହିଛି। ଅଧିନାୟକତ୍ୱର ଚାପ ତାଙ୍କ ବ୍ୟାଟିଂ ଉପରେ ପଡ଼ୁଥିବା ସ୍ପଷ୍ଟ ଦେଖାଯାଉଛି। ଦଳର ମାଲିକ ସଞ୍ଜୀବ ଗୋଏଙ୍କା ମଧ୍ୟ ପନ୍ତଙ୍କ ପ୍ରଦର୍ଶନରେ ଖୁସି ନଥିବା ଚର୍ଚ୍ଚା ହେଉଛି।

ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ‌ର ଅଧିନାୟକ ଅକ୍ଷର ପଟେଲ ମଧ୍ୟ ଚଳିତ ସିଜିନ୍‌ରେ ନିରାଶ କରିଛନ୍ତି। ୯ଟି ଇନିଂସରୁ ସେ କେବଳ ୧୦୦ ରନ୍ କରିଥିବା ବେଳେ ବୋଲିଂରେ ମଧ୍ୟ ପ୍ରଭାବ ପକାଇପାରିନାହାନ୍ତି। ଦଳର ମ୍ୟାନେଜମେଣ୍ଟରେ ବଡ଼ ପରିବର୍ତ୍ତନର ସୂଚନା ମିଳୁଥିବାରୁ ଅକ୍ଷରଙ୍କ ଅଧିନାୟକ ପଦ ରହିବା କଷ୍ଟକର ମନେହେଉଛି।ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ‌ର ଅଧିନାୟକ ଅଜିଙ୍କ୍ୟ ରହାନେ ମଧ୍ୟ ଟିମ୍‌କୁ ସଫଳତା ଦେଇପାରିନାହାନ୍ତି। ୧୧ଟି ମ୍ୟାଚ୍‌ରୁ ୨୩୭ ରନ୍ କରିଥିଲେ ମଧ୍ୟ ତାଙ୍କର ମନ୍ଥର ବ୍ୟାଟିଂ ଟି-୨୦ କ୍ରିକେଟ୍‌ ପାଇଁ ବଡ଼ ସମସ୍ୟା ହୋଇଛି। ଅନେକ ମ୍ୟାଚ୍‌ରେ ତାଙ୍କର ସ୍ଲୋ ଷ୍ଟ୍ରାଇକ୍ ରେଟ୍‌ ଯୋଗୁଁ କେକେଆର୍ ଚାପରେ ପଡ଼ିଥିବା ଦେଖାଯାଇଛି।

ତେବେ ଆଗାମୀ ଆଇପିଏଲ୍ ସିଜିନ୍‌ ପୂର୍ବରୁ ଏହି ତିନି ଦଳରେ ବଡ଼ ପରିବର୍ତ୍ତନ ହେବ କି ? ଋଷଭ ପନ୍ତ, ଅକ୍ଷର ପଟେଲ ଓ ଅଜିଙ୍କ୍ୟ ରହାନେ ନିଜ ଅଧିନାୟକ ପଦ ରକ୍ଷା କରିପାରିବେ କି ? ଏହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

darshan_admin

About Author

You may also like

କ୍ରୀଡ଼ା

Urvil Patel Creates IPL History: ସଫଳତା ପରେ ଭାବୁକ ହେଲେ ଉର୍ଭିଲ୍, ପକେଟରୁ ଚିଠି କାଢ଼ି ବାପାଙ୍କୁ ସମର୍ପିଲେ ନିଜର ରେକର୍ଡ

ଆଇପିଏଲ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ଧମାକା। ଚେନ୍ନାଇ ସୁପର କିଙ୍ଗସର ବ୍ୟାଟର ଉର୍ଭିଲ୍ ପଟେଲ ରବିବାର ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷରେ ଖେଳିଛନ୍ତି ଏକ