ରାଜ୍ୟବାସୀଙ୍କୁ ତାତିରୁ ମିଳିଛି ଆଶ୍ବସ୍ତି। ରାତିରେ ବିଜୁଳି ଓ ଘଡ଼ଘଡ଼ି ସହ ଝିପି ଝିପି ବର୍ଷା ପରେ ଆବହାଓଆ ହୋଇଛି ସୁହାଣା। ଆସନ୍ତା ୧୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ଜାରି ରହିବାର ଆଶଙ୍କା କରିଛି ପାଣିପାଗ ବିଭାଗ।

ଆଜି ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଝଡ଼ ବର୍ଷାର ସମ୍ଭାବନା ରହିଛି। ବିଶେଷକରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଆକଳନ କରାଯାଇଛି।

ଉତ୍ତର ଓଡ଼ିଶା ସହ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଧ୍ୟ ବର୍ଷାର ପ୍ରଭାବ ଦେଖାଯାଇପାରେ। ତେବେ ୧୫, ୧୬ ଓ ୧୭ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି।ହଠାତ୍ ପାଗ ପରିବର୍ତ୍ତନ ସହ ବଜ୍ରପାତ ଓ ଝଡ଼ୋ ପବନର ଆଶଙ୍କା ଥିବାରୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ବିଶେଷକରି ଖୋଲା ସ୍ଥାନରେ ନ ରହିବା ସହ ବଡ଼ ଗଛ ତଳେ ଆଶ୍ରୟ ନେବାକୁ ମନା କରାଯାଇଛି।

