ରାଜ୍ୟ

ମାଡ଼ିଆସିଲା ଝଡ଼ବର୍ଷା, କୁଆପଥର ମାଡ଼; ଉଡିଲେ ଲୋକେ, ୧୦୦ରୁ ଅଧିକ ମୃତ

ଉଡ଼ାଇଲା… ଭାଙ୍ଗିଲା… ଆଉ ନେଇଗଲା ଅନେକ ନିର୍ଦ୍ଦୋଷ ଜୀବନ। ଉତ୍ତରପ୍ରଦେଶରେ କାଳବୈଶାଖୀର ଭୟଙ୍କର ତାଣ୍ଡବ। ପ୍ରବଳ ଝଡ଼, ବର୍ଷା ଏବଂ କୁଆପଥର ମାଡ଼ରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା। ଅନେକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି।ଗତକାଲି ରାତିରେ ହଠାତ୍ ପାଗରେ ପରିବର୍ତ୍ତନ ସହ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳକୁ ମାଡ଼ିଆସିଥିଲା ଭୟଙ୍କର ଝଡ଼ ତୋଫାନ। ପ୍ରବଳ ପବନ ସହ ବର୍ଷା ଏବଂ କୁଆପଥର ମାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ପ୍ରୟାଗରାଜ, ପ୍ରତାପଗଡ଼, ଭଦୋହି, ଫତେହପୁର, ଉନ୍ନାଓ, କାନପୁର ଦେହାତ, ଚନ୍ଦୌଲି, ସୋନଭଦ୍ର ଓ ବଦୌନ ସମେତ ଅନେକ ଜିଲ୍ଲାରେ ପ୍ରକୃତିର ଏହି ତାଣ୍ଡବ ଦେଖିବାକୁ ମିଳିଥିଲା।

ଝଡ଼ର ତୀବ୍ରତା ଏତେ ଅଧିକ ଥିଲା ଯେ ବଡ଼ ବଡ଼ ଗଛ ମାଟିରେ ଲୋଟିପଡ଼ିଥିଲା। ଅନେକ ସ୍ଥାନରେ ଘର ଏବଂ ଗାଡ଼ି ଉପରେ ଗଛ ଭାଙ୍ଗି ପଡ଼ିବାରୁ ବ୍ୟାପକ କ୍ଷତି ଘଟିଛି। ରାସ୍ତା ଅବରୋଧ ହୋଇଥିବାରୁ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ଅନେକ ଅଞ୍ଚଳ ଅନ୍ଧକାରରେ ଡୁବିଯାଇଛି।ଏହି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ୧୦୦ରୁ ଅଧିକ ଲୋକଙ୍କ ସହ ଶତାଧିକ ଜୀବଜନ୍ତୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରାହତ କାର୍ଯ୍ୟ ଜୋରଦାର କରାଯାଇଛି।

ଘଟଣାକୁ ଗୁରୁତ୍ୱର ସହ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଭାବିତ ପରିବାରଙ୍କୁ ତୁରନ୍ତ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ୨୪ ଘଣ୍ଟା ମଧ୍ୟରେ ସମସ୍ତ ରାହତ ଓ ସହାୟତା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ମଧ୍ୟ ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି।ପ୍ରକୃତିର ଏହି ଭୟଙ୍କର ରୂପ ଉତ୍ତରପ୍ରଦେଶରେ ଛାଡ଼ିଯାଇଛି ମୃତ୍ୟୁ ଓ ବିନାଶର ଛାପ। ଏବେ ସମସ୍ତଙ୍କ ନଜର ରହିଛି ରାହତ ଓ ପୁନର୍ବାସ କାର୍ଯ୍ୟ ଉପରେ।

darshan_admin

About Author

You may also like

ବ୍ୟବସାୟ ରାଜ୍ୟ

ଭୁବନେଶ୍ୱରରେ ମହାନ IT ପାର୍କ ଉଦ୍ଘାଟନ: ଯୁବମାନଙ୍କ ପାଇଁ ଖୁଲିଲା ନୂତନ ଅବସରର ଦ୍ୱାର

ଭୁବନେଶ୍ୱର, ଓଡ଼ିଶା: ରାଜ୍ୟର ରାଜଧାନୀ Bhubaneswar ରେ ଏକ ବିଶାଳ ଓ ଆଧୁନିକ IT ପାର୍କର ଶୁଭ ଉଦ୍ଘାଟନ ହୋଇଛି। ଏହି ପ୍ରକଳ୍ପକୁ ରାଜ୍ୟର ଡିଜିଟାଲ୍ ଉନ୍ନତିରେ
ପର୍ଯ୍ୟଟନ ରାଜ୍ୟ

ପୁରୀରେ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ଲକ୍ଷାଧିକ ଭକ୍ତଙ୍କ ଆଗମନ ଆଶା

ପୁରୀ, ଓଡ଼ିଶା: ପବିତ୍ର ଧାମ Puri ରେ ବିଶ୍ୱପ୍ରସିଦ୍ଧ Rath Yatra ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ପ୍ରଶାସନ ଓ ମନ୍ଦିର କର୍ତ୍ତୃପକ୍ଷ ମିଶି ସମସ୍ତ ବ୍ୟବସ୍ଥା