ଜାତୀୟ

ଉତ୍ତରାଖଣ୍ଡ ଆର୍ମି କ୍ୟାମ୍ପରେ ଭୟଙ୍କର ଅଗ୍ନିକାଣ୍ଡ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାର ଜୋଶୀମଠ ଓଲି ରୋଡରେ ଥିବା ଏକ ଆର୍ମି କ୍ୟାମ୍ପରେ ହୋଇଛି ଅଗ୍ନିକାଣ୍ଡ । ଆର୍ମି କ୍ୟାମ୍ପ ଭିତରେ ଥିବା ଏକ ଷ୍ଟୋରରେ ଭୟଙ୍କର ନିଆଁ ଲାଗିଛି । ନିଆଁ ଲାଗିବା ପରେ ପୁରା କ୍ୟାମ୍ପ ପରିସରରେ ଆତଙ୍କ ଖେଳିଯାଇଥିଲା। ଘଟଣା ସ୍ଥଳରେ ଫାୟାର ବ୍ରିଗେଡ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛି । ତେବେ ନିଆଁ କେଉଁ କାରଣରୁ ଲାଗିଛି, ତାହା ଅସ୍ପଷ୍ଟ ରହିଛି । ତେବେ ଜୋରରେ ପବନ ହେଉଥିବାରୁ ନିଆଁ ଚାରିଆଡେ ବ୍ୟାପି ଯାଇଥିବାର ସୂଚନା । ଘଟଣା ବିଷୟରେ ସୂଚନା ପାଇଁ ଫାୟର ବ୍ରିଗେଡ ଏବଂ ଯବାନ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଆର୍ମି କ୍ୟାମ୍ପରେ ନିଆଁ ଲାଗିବା ଯୋଗୁଁ ବହୁତ କିଛି ନଷ୍ଟ ହୋଇଥିବାର ଜଣାପଡିଛି । ଆର୍ମି କ୍ୟାମ୍ପ ଭିତରେ ଏକ ଷ୍ଟୋରରେ ନିଆଁ ଲାଗିଯାଇଥିଲା । ଷ୍ଟୋରରେ ରଖାଯାଇଥିବା ଜିନିଷ ସଂମ୍ପୁର୍ଣ୍ଣ ଜଳିଯାଇଥିଲା ।

darshan_admin

About Author

You may also like

ଜାତୀୟ

ଆଉ କ୍ୟାବରେ ଦେବାକୁ ପଡିବନି ଅଧିକ ଭଡା

ଯାତ୍ରୀମାନଙ୍କ ପାଇଁ ଆସିଲା ଖୁସି ଖବର । ଏଣିକି କ୍ୟାବ ସେବାକୁ ନେଇ ଆଉ ଆପଣଙ୍କୁ ଚିନ୍ତା କରିବାକୁ ପଡିବନି, କି ଭଡା ଅଧିକ ହେବାର ଭୟ
ଜାତୀୟ ରାଜ୍ୟ

ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ପଛରେ ପକାଇଲା ଓଡିଶା

ଗୋଟେ ପଟେ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ସାରା ଦେଶ ଏବେ ଚିନ୍ତାରେ ଥିବା ବେଳେ ଅନ୍ୟପଟେ ଓଡିଶାର କିଛି ସହରରେ ବାୟୁ ଗୁଣମାନ ଚିନ୍ତା ଜନକ