ଅପରାଧ

ଥାନା ଅଧିକାରୀଙ୍କ ଦୁର୍ବ୍ୟବହାରରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଗଜପତି: ଗଜପତି ଜିଲ୍ଲା ଗୋସାଣି ବ୍ଲକ ମହାଦେଇପୁରୁ ଗ୍ରାମର ମନାଶ ଜେନା ନାମକ ଜଣେ ମହିଳା ପାରଳାଖେମୁଣ୍ଡିରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ହଠାତ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ। ପ୍ରଶାନ୍ତ ଧଳ ନାମକ ଜଣେ ବ୍ୟକ୍ତିଙ୍କୁ ୩ଲକ୍ଷ ୭୭ହଜାର ଟଙ୍କା ଉଧାରୀ ଲିଖିତ ଭାବେ ଦେଇଥିଲେ, ହେଲେ କିଛି ଦିନ ପରେ ପ୍ରଶାନ୍ତ ଧଳଙ୍କ ମୃତ୍ୟୁ ହୋଇଥିଲା। ପରବର୍ତ୍ତୀ ସମୟରେ ତାଙ୍କ ପୁଅ ଋଣ ପରିଶୋଧ କରିବି କହି ଦୀର୍ଘ ଦିନ ପରେ ମନା କରିବାରୁ ମହିଳା ଜଣକ ଗୁରାଣ୍ଡି ଥାନାର ଦ୍ୱାରସ୍ତ ହୋଇଥିଲେ। ହେଲେ ଗୁରାଣ୍ଡି ଥାନାରେ ଥାନା ଅଧିକାରୀ ଓଁମ ନାରାୟଣ ପାତ୍ର ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ଅଶାଳୀନ ମନ୍ତବ୍ୟ କହି ତାଙ୍କ ସହ ରାତ୍ରଯାପନ କରିବା ପାଇଁ ବାଧ୍ୟ କରାଉଥିବାର ଅଭିଯୋଗ ହୋଇଛି। ଏହାପରେ ମହିଳା ଜଣକ ପାରଳାଖେମୁଣ୍ଡି ଆସି ଅରକ୍ଷ ଅଧିକ୍ଷକଙ୍କ ଦ୍ୱାରସ୍ତ ହୋଇଥିଲେ।ଅନ୍ୟପକ୍ଷେ ମହିଳା ଜଣକ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ସମ୍ମନାରେ ନିଜେ ଫାଶୀ ହୋଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ହେଲେ ଜିଲ୍ଲାପାଳଙ୍କ ଶୁଣାଣି ସମୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଘଟଣାର ଶୁଣାଣି କରି ଏହାର ତଦନ୍ତ ଦାଇତ୍ୱ ପାରଳାଖେମୁଣ୍ଡି ଏସ୍ଡିପିଓଙ୍କୁ ଦେଇଥିବା କହିଛନ୍ତି।

darshan_admin

About Author

You may also like

ଅପରାଧ

ଖୋଲିବ ହ୍ୟୁମାନ ସାଗର ମୃତ୍ୟୁ ରହସ୍ୟ

ଖୋଲିବ ହ୍ୟୁମାନ ସାଗର ମୃତ୍ୟୁ ରହସ୍ୟ । ହ୍ୟୁମାନ ସାଗର ମୃତ୍ୟୁ ଘଟଣାର ହେବ ତଦନ୍ତ । ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ଗୃହ ବିଭାଗର ସଚିବ। ସୋମବାର
ଅପରାଧ

ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ : ଜେଲ ଗଲେ ୪ ଦଲାଲ

 ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ସିବିଆଇ ମାଷ୍ଟରମାଇଣ୍ଡ୍ ତଥା ପଞ୍ଚସପ୍ଟ୍ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍ ମାଲିକ ଶଙ୍କର ପୃଷ୍ଟି ଓ ସିଲିକନ୍ ଟେକ୍‌ର ମାଲିକ ସୁରେଶ ନାୟକଙ୍କୁ ରିମାଣ୍ଡରେ