GRP କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ପୁଣି ସାମ୍ନାକୁ ଆସିଲା ବାଲିଅନ୍ତା ଥାନା ପୋଲିସର କାରନାମା। ମାମଲରେ ଲାଗିନି ମବ୍ ଲିଂଚିଂ ବା ଭିଡ଼ ହିଂସାର ଦଫା। ଭିଡ ହିଂସାର ଶିକାର ହୋଇ ପ୍ରାଣ ହରାଇଥିବା ସୌମ୍ୟ ମାମଲରେ ପୋଲିସ ରୁଜୁ କରିଛି ସାଧାରଣ ହତ୍ୟା ମାମଲା। BNSS 103(1)ରେ ହତ୍ୟା ମାମଲା ରୁଜୁ କରିଛି ପୋଲିସ। ଭିଡ଼ ହିଂସା ପାଇଁ ସାଧାରଣତ 103(2) ଧାରା ଉଦ୍ଧିଷ୍ଟ ଥାଏ। ସାଧାରଣ ହତ୍ୟା ମାମଲରେ ଗିରଫ କରି କୋର୍ଟ ଚାଲାଣ କଲେ ନ୍ୟାୟିକ ବିଚାର ପ୍ରକ୍ରିୟାରେ ଅଭିଯୁକ୍ତ ମାନେ ଖସି ଯିବାର ସମ୍ଭାବନା ରହିଛି।

