ଜାତୀୟ

ଭିତରେ ଖଚାଖଚ ବୁଲୁଛି ଖୁର, ଏଠି କ୍ୟାସ୍ ବଦଳରେ ହେଉଛି ହେୟାର କଟ୍

ଏଟିଏମ୍‌କୁ ଟଙ୍କା ଉଠାଇବାକୁ ଯାଇ ଯଦି ହାତରେ କ୍ୟାସ୍ ବଦଳରେ ମିଳିଯାଏ ହେୟାର କଟ୍…! ଶୁଣିଲେ ଅଜବ ଲାଗୁଥିବ ନିଶ୍ଚୟ। କିନ୍ତୁ ଏମିତି ଏକ ମଜାଦାର ଘଟଣା ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ବାହାରୁ ଦେଖିଲେ ପୂରା SBI ATM, ହେଲେ ଭିତରକୁ ପଶିଲେ ଚାଲିଛି ଚୁଟି କଟା। ପାଟନାର ଏହି ‘ATM ସେଲୁନ୍’ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ।ବୁଲୁଛି କଇଁଚି… ଚାଲିଛି ହେୟାର ଡ୍ରାୟର… ତଳେ ପଡ଼ିଛି ଗଦା ଗଦା ଚୁଟି। ଦୃଶ୍ୟ ଦେଖି ଲାଗୁଛି ସାଧାରଣ ସେଲୁନ୍। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି—ଏହା ହେଉଛି ଏକ ATM ଭିତରର ଦୃଶ୍ୟ।

ପାଟନା ଦାନାପୁରରେ ଥିବା ଏହି ATM ବାହାରୁ ଦେଖିଲେ ଲାଗୁଛି ସମ୍ପୂର୍ଣ୍ଣ ଚାଲୁଥିବା SBI ATM। ଲୋକମାନେ ପକେଟରୁ କାର୍ଡ ବାହାର କରି ଟଙ୍କା ଉଠାଇବା ଆଶାରେ ଭିତରକୁ ପଶୁଛନ୍ତି। କିନ୍ତୁ ଭିତରକୁ ଯାଇଦେଖୁଛନ୍ତି—କ୍ୟାସ୍ କାଉଣ୍ଟର ନୁହେଁ, ଚାଲିଛି ହେୟାର କଟ୍।

ସୂଚନା ଅନୁସାରେ, ପୂର୍ବରୁ ଏଠାରେ SBIର ATM ଚାଲୁଥିଲା। ପରେ ATM ବନ୍ଦ ହୋଇଯାଇଥିବାରୁ ମାଲିକ ଏହାକୁ ଭଡ଼ାରେ ଦେଇଥିଲେ। ହେଲେ ନୂଆ ଭଡ଼ାଟିଆ ATMର ବୋର୍ଡ ନ ହଟାଇ ଏଠି ସେଲୁନ୍ ଖୋଲିଦେଇଥିଲେ। ଫଳରେ ଏବେ ଲୋକମାନେ ଭ୍ରମରେ ପଡ଼ୁଛନ୍ତି।

ମାଲିକଙ୍କ କହିବା ଅନୁସାରେ, ପ୍ରତିଦିନ ଅନେକ ଲୋକ କାର୍ଡ ନେଇ ଟଙ୍କା ଉଠାଇବାକୁ ଭିତରକୁ ପଶୁଛନ୍ତି। ପରେ ସେଲୁନ୍ ଦେଖି ହସି ହସି ଫେରିଯାଉଛନ୍ତି। କେହି କେହି ତ ମଜାରେ କହୁଛନ୍ତି—‘ଏହା ଦୁନିଆର ପ୍ରଥମ କ୍ୟାସ୍-ଲେସ୍ ସେଲୁନ୍’।

ସୋସିଆଲ ମିଡିଆରେ ଏହି ATM ସେଲୁନ୍‌ର ଭିଡିଓ ଭାଇରାଲ ହେବା ପରେ ଏବେ ଏହା ପାଟନାର ଏକ ନୂଆ ସେଲଫି ପଏଣ୍ଟ ହୋଇପଡ଼ିଛି। କେହି ଏହାକୁ ‘କଟିଂ ATM’ କହୁଛନ୍ତି, ତ କେହି କହୁଛନ୍ତି—‘ଏଠି କ୍ୟାସ୍ ନୁହେଁ, ମିଳେ ଷ୍ଟାଇଲ୍’।

ଟଙ୍କା ଉଠାଇବାକୁ ଯାଇ ଯଦି ହେୟାର ଷ୍ଟାଇଲ୍ ମିଳିଯାଏ… ତାହେଲେ ଏମିତି ATMକୁ ଆପଣ କଣ ନାଁ ଦେବେ? କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।

darshan_admin

About Author

You may also like

ଜାତୀୟ

ଉତ୍ତରାଖଣ୍ଡ ଆର୍ମି କ୍ୟାମ୍ପରେ ଭୟଙ୍କର ଅଗ୍ନିକାଣ୍ଡ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାର ଜୋଶୀମଠ ଓଲି ରୋଡରେ ଥିବା ଏକ ଆର୍ମି କ୍ୟାମ୍ପରେ ହୋଇଛି ଅଗ୍ନିକାଣ୍ଡ । ଆର୍ମି କ୍ୟାମ୍ପ ଭିତରେ ଥିବା ଏକ ଷ୍ଟୋରରେ
ଜାତୀୟ

ଆଉ କ୍ୟାବରେ ଦେବାକୁ ପଡିବନି ଅଧିକ ଭଡା

ଯାତ୍ରୀମାନଙ୍କ ପାଇଁ ଆସିଲା ଖୁସି ଖବର । ଏଣିକି କ୍ୟାବ ସେବାକୁ ନେଇ ଆଉ ଆପଣଙ୍କୁ ଚିନ୍ତା କରିବାକୁ ପଡିବନି, କି ଭଡା ଅଧିକ ହେବାର ଭୟ