ରାଜନୀତି

Thalapathy Vijay to Take Oath as CM: ଆଜିଠୁ ତାମିଲନାଡୁରେ ବିଜୟ ରାଜ୍, ଲୋକାରଣ୍ୟ ପାଲଟିଲା ଚେନ୍ନାଇ

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଥାଲପତି ବିଜୟ। ତାମିଲନାଡୁରେ ଆଜି ଶପଥ ନେବ ବିଜୟ ସରକାର। ସକାଳ ୧୦ଟାରେ ଚେନ୍ନାଇର ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ହେବ ଶପଥ ଗ୍ରହଣ ସମାରୋହ। ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେବେ ଟିଭିକେ ମୁଖ୍ୟ ସି. ଜୋସେଫ୍ ବିଜୟ। 

ରାଜ୍ୟପାଳ ବିଜୟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେବା ସହ ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ଅନୁମତି ଦେଇଛନ୍ତି। ଏଥିସହ ଆସନ୍ତା ୧୩ ତାରିଖ ମଧ୍ୟରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ସିଏମ୍ ଡେଜିଗନେଟ୍ ବିଜୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ବିଜୟଙ୍କ ଶପଥ ସମାରୋହରେ ଯୋଗ ଦେବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। 

ଗତ ୪ ତାରିଖରୁ ତାମିଲନାଡୁରେ ସରକାର ଗଠନ ନେଇ ସସପେନ୍ସ ଲାଗି ରହିଥିଲା। ଟିଭିକେକୁ ସଂଖ୍ୟା ଗରିଷ୍ଠତା ମିଳିବା ପରେ ରାଜ୍ୟରେ ସରକାର ଗଠନ କରିବା ପ୍ରାୟ ନିଶ୍ଚିତ ହୋଇଥିଲା। ସରକାର ଗଠନ ପାଇଁ ତାମିଲନାଡ଼ୁ ଲୋକଭବନ ଯାଇ ସରକାର ଗଠନ ପାଇଁ ଦାବି ରଖିଥିଲେ ବିଜୟ। VCK ଓ IUMLର ବିଦ୍ଧିବଧ ସମର୍ଥନ ପରେ ଟିଭିକେର ସଂଖ୍ୟା ୧୨୦ରେ ପହଞ୍ଚିଛି। 

ପୂର୍ବରୁ TVKକୁ କଂଗ୍ରେସ ଓ ବାମଦଳ ସମର୍ଥନ କରିଥିଲେ। TVKର ମୋଟ ୧୦୭ ବିଧାୟକ ଥିବାବେଳେ କଂଗ୍ରେସର ୫ ଓ ବାମଦଳର ୪ ବିଧାୟକ ବିଜୟଙ୍କୁ ସମର୍ଥନ ଜଣାଇଛନ୍ତି। ଫଳରେ ବିଧାନସଭାରେ TVKର ସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି। ଏପଟେ ଟିଭିକେ ରାଜ୍ୟରେ ନୂଆ ସରକାର ଗଠନ କରିବାକୁ ଯାଉଥିବାରୁ, ମେଣ୍ଟ ସରକାରକୁ ବଧାଇ ଜଣାଇଛନ୍ତି ବିଦାଇ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍।

darshan_admin

About Author

You may also like

ରାଜନୀତି

ଓଡ଼ିଶା ବିଧାନସଭାରେ ବଜେଟ୍ ଅଧିବେଶନ ହଙ୍ଗାମାମୟ, ବିରୋଧୀଙ୍କ ଓକ୍‌ଆଉଟ୍

ବନେଶ୍ୱରରେ ଅବସ୍ଥିତ Odisha Legislative Assembly ରେ ଚାଲୁଥିବା ବଜେଟ୍ ଅଧିବେଶନ ପ୍ରଥମ ଦିନରୁ ହିଁ ହଙ୍ଗାମାମୟ ହୋଇଯାଇଛି। ବିରୋଧୀ ଦଳର ବିଧାୟକମାନେ ସରକାରଙ୍କ ନୀତି ଓ
ରାଜନୀତି

ବରିଷ୍ଠ ରାଜନେତା କନ୍ହୁ ଚରଣ ଲେଙ୍କାଙ୍କ ଦେହାନ୍ତ, ରାଜନୀତିରେ ଶୋକ ଛାୟା

ଓଡ଼ିଶାର ବରିଷ୍ଠ ରାଜନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ Kanhu Charan Lenka ଙ୍କ ଦେହାନ୍ତ ଘଟିଛି। ତାଙ୍କ ଦେହାନ୍ତରେ ରାଜ୍ୟ ରାଜନୀତିରେ ଶୋକ ଛାୟା ଛାଇଯାଇଛି। ଦୀର୍ଘ