ତୁର୍କୀସ୍ ଏୟାରଲାଇନ୍ସ ବିମାନରେ ଲଗିଲା ନିଆଁ। ଟାୟାରରେ ନିଆଁ ଲାଗି ଅଗ୍ନିକାଣ୍ଡ।କାଠମାଣ୍ଡୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ସମୟରେ ଅଘଟଣ ଘଟିଛି। ତ୍ରିଭୁବନ ବିମାନବନ୍ଦରରେ ଅବତରଣ ସମୟରେ ତୁର୍କୀସ୍ ଏୟାରଲାଇନ୍ସର ଏକ ବିମାନର ଟାୟାରରେ ନିଆଁ ଲାଗିଯାଇଥିଲା। ନିଆଁକୁ ଲିଭାଇ ଦିଆଯାଇଥିବା ବେଳେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ତୁର୍କୀସ୍ ଏୟାରଲାଇନ୍ସର ବିମାନ ଟିକେ-୭୨୬ ଇସ୍ତାନବୁଲରୁ କାଠମାଣ୍ଡୁ ଆସୁଥିଲା ଏବଂ ଅବତରଣ ସମୟରେ ଏହାର ଟାୟାରରେ ନିଆଁ ଲାଗିଯାଇଥିଲା।

ଅଗ୍ନିଶମ ଟିମ୍ ନିଆଁକୁ ନିୟନ୍ତ୍ରଣ କରିଥିଲା। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଛି। ବିମାନରେ ୨୭୮ ଜଣ ଯାତ୍ରୀ ଏବଂ ୧୧ ଜଣ କ୍ରୁ ସଦସ୍ୟ ଥିଲେ।

- ନେପାଳରେ ବଡ଼ ବିମାନ ଦୁର୍ଘଟଣା ଟଳିଲା
- ଅବତରଣ ସମୟରେ ବିମାନ ଟାୟାରରେ ଲାଗିଲା ନିଆଁ
- ତୁର୍କୀସ୍ ଏୟାରଲାଇନ୍ସର ଏକ ବିମାନ ଟାୟାରରେ ନିଆଁ
- ଅଗ୍ନିଶମ ଟିମ୍ ନିଆଁକୁ ନିୟନ୍ତ୍ରଣ କରିଛି, ଯାତ୍ରୀ ସୁରକ୍ଷିତ
- କାଠମାଣ୍ଡୁର ତ୍ରିଭୁବନ ବିମାନବନ୍ଦରରେ ଅଘଟଣ
- ଅଳ୍ପକେ ବର୍ତ୍ତିଲା ୨୮୯ ଜଣଙ୍କ ଜୀବନ
- ନେତ୍ର ପାଇଁ ନିଜ ଛାପର ଉପକାରିତା
- ଭାରତୀୟ ଆୟୁର୍ବେଦର ଶ୍ଲୋକ ଉଦାହରଣ ଦେଇ ବୁଝାଅ

