ରାଜନୀତି

Himanta to Take Oath as CM: କାଲିଠୁ ଆସାମରେ ପୁଣି ହିମନ୍ତ ଯୁଗ, ବୈଜୟନ୍ତଙ୍କୁ ଧନ୍ୟବାଦ ଜଣାଇଲେ ଆସାମ ମୁଖ୍ୟମନ୍ତ୍ରୀ

କାଲିଠୁ ଆସାମରେ ପୁଣି ଆରମ୍ଭ ହେବ ହିମନ୍ତ ଯୁଗ। ଦ୍ବିତୀୟ ଥର ପାଇଁ ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ବଶର୍ମା। ବିଜେପି ବିଧାୟକ ଦଳ ବୈଠକରେ ବିଧାୟକ ଦଳ ନେତା ଭାବେ ହିମନ୍ତଙ୍କ ନାଁ ଘୋଷଣା କରାଯାଇଛି । ଏଥିପାଇଁ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନିଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା। ଆସନ୍ତାକାଲି ଦିନ ୧୧ଟାରେ ହିମନ୍ତ ବିଶ୍ବଶର୍ମା ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାସହିତ ବିଜେପି ତୃତୀୟ ଥର ପାଇଁ ସରକାର ଗଠନ କରିବ। ଏହି ଶପଥ ସମାରୋହରେ ଯୋଗଦେବା ପାଇଁ ଆଜି ଆସାମ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

ସେପଟେ ବିଧାୟକ ଦଳ ନେତା ଭାବେ ହିମନ୍ତ ନିର୍ବାଚିତ ହେବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆସାମ ବିଜେପି ନିର୍ବାଚନ ପ୍ରଭାରୀ ତଥା ସାଂସଦ ବୈଜୟନ୍ତ ପଣ୍ଡା। ବୈଜୟନ୍ତଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ନିର୍ବାଚନରେ ଆପଣଙ୍କ ପ୍ରମୁଖ ଭୂମିକା ସର୍ବଦା ଆମର କାର୍ଯ୍ୟକର୍ତ୍ତାମାନଙ୍କ ପାଇଁ ପ୍ରେରଣା ହେବ।

darshan_admin

About Author

You may also like

ରାଜନୀତି

ଓଡ଼ିଶା ବିଧାନସଭାରେ ବଜେଟ୍ ଅଧିବେଶନ ହଙ୍ଗାମାମୟ, ବିରୋଧୀଙ୍କ ଓକ୍‌ଆଉଟ୍

ବନେଶ୍ୱରରେ ଅବସ୍ଥିତ Odisha Legislative Assembly ରେ ଚାଲୁଥିବା ବଜେଟ୍ ଅଧିବେଶନ ପ୍ରଥମ ଦିନରୁ ହିଁ ହଙ୍ଗାମାମୟ ହୋଇଯାଇଛି। ବିରୋଧୀ ଦଳର ବିଧାୟକମାନେ ସରକାରଙ୍କ ନୀତି ଓ
ରାଜନୀତି

ବରିଷ୍ଠ ରାଜନେତା କନ୍ହୁ ଚରଣ ଲେଙ୍କାଙ୍କ ଦେହାନ୍ତ, ରାଜନୀତିରେ ଶୋକ ଛାୟା

ଓଡ଼ିଶାର ବରିଷ୍ଠ ରାଜନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ Kanhu Charan Lenka ଙ୍କ ଦେହାନ୍ତ ଘଟିଛି। ତାଙ୍କ ଦେହାନ୍ତରେ ରାଜ୍ୟ ରାଜନୀତିରେ ଶୋକ ଛାୟା ଛାଇଯାଇଛି। ଦୀର୍ଘ