କାଲିଠୁ ଆସାମରେ ପୁଣି ଆରମ୍ଭ ହେବ ହିମନ୍ତ ଯୁଗ। ଦ୍ବିତୀୟ ଥର ପାଇଁ ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ବଶର୍ମା। ବିଜେପି ବିଧାୟକ ଦଳ ବୈଠକରେ ବିଧାୟକ ଦଳ ନେତା ଭାବେ ହିମନ୍ତଙ୍କ ନାଁ ଘୋଷଣା କରାଯାଇଛି । ଏଥିପାଇଁ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନିଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା। ଆସନ୍ତାକାଲି ଦିନ ୧୧ଟାରେ ହିମନ୍ତ ବିଶ୍ବଶର୍ମା ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାସହିତ ବିଜେପି ତୃତୀୟ ଥର ପାଇଁ ସରକାର ଗଠନ କରିବ। ଏହି ଶପଥ ସମାରୋହରେ ଯୋଗଦେବା ପାଇଁ ଆଜି ଆସାମ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସେପଟେ ବିଧାୟକ ଦଳ ନେତା ଭାବେ ହିମନ୍ତ ନିର୍ବାଚିତ ହେବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆସାମ ବିଜେପି ନିର୍ବାଚନ ପ୍ରଭାରୀ ତଥା ସାଂସଦ ବୈଜୟନ୍ତ ପଣ୍ଡା। ବୈଜୟନ୍ତଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ନିର୍ବାଚନରେ ଆପଣଙ୍କ ପ୍ରମୁଖ ଭୂମିକା ସର୍ବଦା ଆମର କାର୍ଯ୍ୟକର୍ତ୍ତାମାନଙ୍କ ପାଇଁ ପ୍ରେରଣା ହେବ।

