ଅପରାଧ

Youth Attacked With Swords: ରାସ୍ତାରେ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ; ୩ ଦୁର୍ବୃତ୍ତ ଆକ୍ରମଣ କରିଥିବା ସୂଚନା

ବ୍ରହ୍ମପୁରରେ ଦିନ ଦହାଡ଼େ ରକ୍ତରଞ୍ଜିତ ଆକ୍ରମଣ। ରାସ୍ତା ମଝିରେ ଜଣେ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଭାବେ ଆକ୍ରମଣ କରିଛନ୍ତି ୩ ଜଣ ଦୁର୍ବୃତ୍ତ। ଆକ୍ରମଣରେ ଯୁବକଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବାବେଳେ, ତାଙ୍କୁ ଗୁରୁତର ଅବସ୍ଥାରେ MKCG ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।ଏଭଳି ଏକ ଚମକଦାର ଘଟଣା ଘଟିଛି ବ୍ରହ୍ମପୁର ସଦର ଥାନା ଅଧୀନ ବେନ୍ଦାଳିଆ ଗାଁରେ। ସୂଚନା ଅନୁଯାୟୀ, ଜଣେ ଯୁବକ ରାସ୍ତାରେ ଯାଉଥିବା ସମୟରେ ୩ ଜଣ ଦୁର୍ବୃତ୍ତ ହଠାତ୍ ତାଙ୍କୁ ଘେରି ଖଣ୍ଡାରେ ଆକ୍ରମଣ କରିଥିଲେ।

ଆକ୍ରମଣରେ ଯୁବକଙ୍କ ମୁଣ୍ଡ ଓ ହାତରେ ଗଭୀର ଚୋଟ ଲାଗିଛି। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି MKCG ମେଡିକାଲକୁ ପଠାଇଥିଲେ।ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ, ପୁରୁଣା ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି।ବ୍ରହ୍ମପୁରରେ ଏହି ରକ୍ତରଞ୍ଜିତ ଆକ୍ରମଣ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଉତ୍କଣ୍ଠାର ପରିବେଶ ସୃଷ୍ଟି ହୋଇଛି। ପୋଲିସର ତଦନ୍ତ ପରେ ଘଟଣା ପଛର ସତ୍ୟ ସାମ୍ନାକୁ ଆସିବ।

darshan_admin

About Author

You may also like

ଅପରାଧ

ଥାନା ଅଧିକାରୀଙ୍କ ଦୁର୍ବ୍ୟବହାରରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଗଜପତି: ଗଜପତି ଜିଲ୍ଲା ଗୋସାଣି ବ୍ଲକ ମହାଦେଇପୁରୁ ଗ୍ରାମର ମନାଶ ଜେନା ନାମକ ଜଣେ ମହିଳା ପାରଳାଖେମୁଣ୍ଡିରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ହଠାତ ଆତ୍ମହତ୍ୟା କରିବା
ଅପରାଧ

ଖୋଲିବ ହ୍ୟୁମାନ ସାଗର ମୃତ୍ୟୁ ରହସ୍ୟ

ଖୋଲିବ ହ୍ୟୁମାନ ସାଗର ମୃତ୍ୟୁ ରହସ୍ୟ । ହ୍ୟୁମାନ ସାଗର ମୃତ୍ୟୁ ଘଟଣାର ହେବ ତଦନ୍ତ । ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ଗୃହ ବିଭାଗର ସଚିବ। ସୋମବାର