ରାଜ୍ୟ

ଓଭରବ୍ରିଜ ଉପରେ ଜଳିଗଲା ହାଇୱା ।

ଟାୟାର ଫାଟି ହଠାତ୍ ଲାଗିଗଲା ଭୟଙ୍କର ନିଆଁ ।
ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲେ ଚାଳକ ।
ଅଗ୍ନିଶମ ବାହିନୀର ତତ୍ପରତାରେ ନିଆଁକୁ କରାଗଲା ଆୟତ୍ତ ।

ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ନିକଟସ୍ଥ ଓଭରବ୍ରିଜ ଉପରେ ।

ସୂଚନା ଅନୁଯାୟୀ, ଆଜି ସକାଳେ ଏକ ମୋରମ ବୋଝେଇ ହାଇୱା ଚଣ୍ଡିଖୋଲରୁ ଭଦ୍ରକ ଅଭିମୁଖେ ଯାଉଥିଲା ।
ଏହି ସମୟରେ ପାଣିକୋଇଲି ଓଭରବ୍ରିଜ ଉପରେ ହଠାତ୍ ଗାଡ଼ିର ଟାୟାର ଫାଟିଯାଇଥିଲା ।
ତାପରେ ଗାଡ଼ିଟିରେ ନିଆଁ ଲାଗିଯାଇଥିଲା ଏବଂ କିଛି ସମୟ ମଧ୍ୟରେ ସମଗ୍ର ହାଇୱା ଜଳିଉଠିଥିଲା । ଗାଡ଼ିରୁ ଧୂଆଁ ଓ ନିଆଁ ବାହାରୁଥିବା ଦେଖି ଡ୍ରାଇଭର ସତର୍କତାର ସହିତ ଗାଡ଼ିରୁ ବାହାରି ଆସିଥିଲେ ।
ଫଳରେ ଏକ ବଡ଼ ଅଘଟଣ ଟଳିଯାଇଛି ।

ସ୍ଥାନୀୟ ଲୋକ ତୁରନ୍ତ ଯାଜପୁର ରୋଡ଼ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।
ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ ।

ସୌଭାଗ୍ୟବଶତଃ ଏହି ଘଟଣାରେ କାହାରି ପ୍ରାଣହାନି ହୋଇନାହିଁ ।
ସେପଟେ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

darshan_admin

About Author

You may also like

ବ୍ୟବସାୟ ରାଜ୍ୟ

ଭୁବନେଶ୍ୱରରେ ମହାନ IT ପାର୍କ ଉଦ୍ଘାଟନ: ଯୁବମାନଙ୍କ ପାଇଁ ଖୁଲିଲା ନୂତନ ଅବସରର ଦ୍ୱାର

ଭୁବନେଶ୍ୱର, ଓଡ଼ିଶା: ରାଜ୍ୟର ରାଜଧାନୀ Bhubaneswar ରେ ଏକ ବିଶାଳ ଓ ଆଧୁନିକ IT ପାର୍କର ଶୁଭ ଉଦ୍ଘାଟନ ହୋଇଛି। ଏହି ପ୍ରକଳ୍ପକୁ ରାଜ୍ୟର ଡିଜିଟାଲ୍ ଉନ୍ନତିରେ
ପର୍ଯ୍ୟଟନ ରାଜ୍ୟ

ପୁରୀରେ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ଲକ୍ଷାଧିକ ଭକ୍ତଙ୍କ ଆଗମନ ଆଶା

ପୁରୀ, ଓଡ଼ିଶା: ପବିତ୍ର ଧାମ Puri ରେ ବିଶ୍ୱପ୍ରସିଦ୍ଧ Rath Yatra ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ପ୍ରଶାସନ ଓ ମନ୍ଦିର କର୍ତ୍ତୃପକ୍ଷ ମିଶି ସମସ୍ତ ବ୍ୟବସ୍ଥା