ଅପରାଧ

Villagers Protest with Dead Body: ସାଇକେଲ୍‌ରେ ବୁହା ହେଲା ଶବ, ଘରଠାରୁ ବୋହି ଥାନା ଯାଏଁ ଆଣିଲେ

ବାଲେଶ୍ୱରରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଚିତ୍ର। ମୃତଦେହକୁ ଆମ୍ବୁଲାନ୍ସ କିମ୍ବା ଗାଡ଼ିରେ ନୁହେଁ, ସାଇକେଲ୍‌ରେ ବୋହି ଥାନାକୁ ନେଇଛନ୍ତି ଗ୍ରାମବାସୀ। ଛାତ ପକାକୁ କେନ୍ଦ୍ର କରି ଦୁଇ ମହିଳାଙ୍କ ଉପରେ ହୋଇଥିବା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ଗ୍ରାମରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ନ୍ୟାୟ ଦାବିରେ ଗ୍ରାମବାସୀଙ୍କ ଏହି ପ୍ରତିବାଦ ଏବେ ଚର୍ଚ୍ଚାର ବିଷୟ ହୋଇଛି।ବାଲେଶ୍ୱର ଜିଲ୍ଲା ହରିପୁର ଗାଁରେ ଛାତ ପକାକୁ କେନ୍ଦ୍ର କରି ଗତକାଲି ଘଟିଥିଲା ରକ୍ତରଞ୍ଜିତ ଘଟଣା। ପଡ଼ୋଶୀ ବାପା-ପୁଅଙ୍କ ଆକ୍ରମଣରେ ନଣନ୍ଦ ଓ ଭାଉଜ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ଖଇରା ମେଡିକାଲ୍‌ ଓ ପରେ କଟକକୁ ସ୍ଥାନାନ୍ତର କରିଥିଲେ।

ଚିକିତ୍ସାଧୀନ ଅବସ୍ଥାରେ କମଳା ସେଠୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ମହିଳା ଏବେ ମଧ୍ୟ ଜୀବନ ସହିତ ସଂଗ୍ରାମ କରୁଛନ୍ତି। କମଳାଙ୍କ ମୃତଦେହ ଗାଁକୁ ପହଞ୍ଚିବା ପରେ ଉତ୍ତେଜନା ବଢ଼ିଥିଲା।ଆଜି ସକାଳୁ ନ୍ୟାୟ ଦାବିରେ ଗ୍ରାମବାସୀ ମୃତଦେହକୁ ସାଇକେଲ୍‌ରେ ବୋହି ଖଇରା ଥାନା ଅଭିମୁଖେ ବାହାରିଥିଲେ। ରାସ୍ତାରେ ପୋଲିସ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଲୋକେ ପଛକୁ ହଟିନଥିଲେ। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଗ୍ରାମବାସୀ ଅଡ଼ି ରହିଥିଲେ।ଏକ ପଟେ ହତ୍ୟା ଅଭିଯୋଗ, ଅନ୍ୟପଟେ ମୃତଦେହକୁ ସାଇକେଲ୍‌ରେ ବୋହି ପ୍ରତିବାଦ—ଏହି ଘଟଣା ସମଗ୍ର ଅଞ୍ଚଳକୁ ଉଦ୍ବିଗ୍ନ କରିଛି। ଘଟଣାର ତଦନ୍ତ ଜାରି ରଖିଛି ପୋଲିସ।

darshan_admin

About Author

You may also like

ଅପରାଧ

ଥାନା ଅଧିକାରୀଙ୍କ ଦୁର୍ବ୍ୟବହାରରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଗଜପତି: ଗଜପତି ଜିଲ୍ଲା ଗୋସାଣି ବ୍ଲକ ମହାଦେଇପୁରୁ ଗ୍ରାମର ମନାଶ ଜେନା ନାମକ ଜଣେ ମହିଳା ପାରଳାଖେମୁଣ୍ଡିରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ହଠାତ ଆତ୍ମହତ୍ୟା କରିବା
ଅପରାଧ

ଖୋଲିବ ହ୍ୟୁମାନ ସାଗର ମୃତ୍ୟୁ ରହସ୍ୟ

ଖୋଲିବ ହ୍ୟୁମାନ ସାଗର ମୃତ୍ୟୁ ରହସ୍ୟ । ହ୍ୟୁମାନ ସାଗର ମୃତ୍ୟୁ ଘଟଣାର ହେବ ତଦନ୍ତ । ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ଗୃହ ବିଭାଗର ସଚିବ। ସୋମବାର