ଜାତୀୟ

ଇନଷ୍ଟାଗ୍ରାମ ରିଲ୍ସକୁ ନେଇ ଭାଙ୍ଗିଲା ସଂସାର !ଜୀବିତ ସ୍ତ୍ରୀଙ୍କର ଶୁଦ୍ଧିକ୍ରିୟା କଲେ ସ୍ୱାମୀ !ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଅଭୂତପୂର୍ବ ଭିଡିଓ !”

ସୋସିଆଲ ମିଡିଆର ମୋହ କେତେ ଦୂର ପର୍ଯ୍ୟନ୍ତ ଏକ ପରିବାରକୁ ଭାଙ୍ଗିପାରେ, ତାହାର ଏକ ଚମକପୂର୍ଣ୍ଣ ଉଦାହରଣ ଏବେ ସାମ୍ନାକୁ ଆସିଛି । ଇନଷ୍ଟାଗ୍ରାମ ରିଲ୍ସ କରିବାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ବିବାଦ ଶେଷରେ ଏମିତି ଏକ ଘଟଣାକୁ ଜନ୍ମ ଦେଇଛି, ଯାହା ଏବେ ସୋସିଆଲ ମିଡିଆରେ ଭୟଙ୍କର ଭାବରେ ଭାଇରାଲ ହେଉଛି ।

ଜୀବିତ ସ୍ତ୍ରୀଙ୍କର ଶୁଦ୍ଧିକ୍ରିୟା କରିଛନ୍ତି ସ୍ୱାମୀ । ହଁ ଦର୍ଶକବନ୍ଧୁ, ଆପଣ ଠିକ୍ ଶୁଣୁଛନ୍ତି ।

ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ବ୍ୟକ୍ତି ଧୋତି ପିନ୍ଧି ପୂଜାପାଠ ଓ ରୀତିନୀତି ଅନୁସାରେ ନିଜ ସ୍ତ୍ରୀଙ୍କ ଶୁଦ୍ଧିକ୍ରିୟା କରୁଛନ୍ତି । ସ୍ତ୍ରୀଙ୍କ ଫଟୋରେ ଫୁଲମାଳ ପିନ୍ଧାଇ ତାହାକୁ ନଦୀରେ ଭସାଇ ଦେଉଥିବା ଦୃଶ୍ୟ ମଧ୍ୟ ଭାଇରାଲ ଭିଡିଓରେ ସ୍ପଷ୍ଟ ହେଉଛି ।

କେବଳ ସେତିକି ନୁହେଁ, ଫଟୋକୁ ବାରମ୍ବାର ଛେପ ପକାଉଥିବା ଦୃଶ୍ୟ ମଧ୍ୟ କ୍ୟାମେରାରେ ରେକର୍ଡ ହୋଇଛି ।

ସୂଚନା ଅନୁସାରେ, ମହିଳାଜଣକ ଇନଷ୍ଟାଗ୍ରାମରେ ରିଲ୍ସ କରୁଥିଲେ ଓ କିଛି ଭିଡିଓକୁ ନେଇ ସ୍ୱାମୀ ଅସନ୍ତୋଷ ପ୍ରକାଶ କରୁଥିଲେ । ସ୍ୱାମୀଙ୍କ ଅଭିଯୋଗ ଅନୁଯାୟୀ, ସେ ବାରମ୍ବାର ସ୍ତ୍ରୀଙ୍କୁ ବୁଝାଇଥିଲେ, କିନ୍ତୁ ସେ ତାହାକୁ ଅନୁଦେଖା କରିଥିଲେ ।

ଶେଷରେ ଅତିଷ୍ଟ ହୋଇ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଜୀବନରୁ ଅଲଗା କରିଦେବା ପାଇଁ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।

ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

କେହି କହୁଛନ୍ତି, ସୋସିଆଲ ମିଡିଆ ପାଇଁ ପରିବାରକୁ ଅବହେଳା କରିବା ଭୁଲ ।
ଆଉ କେହି କହୁଛନ୍ତି, ଜୀବିତ ବ୍ୟକ୍ତିଙ୍କ ଶୁଦ୍ଧିକ୍ରିୟା କରିବା ଅତ୍ୟନ୍ତ ଅମାନବୀୟ ଓ ଅସଂବେଦନଶୀଳ ।

ତେବେ ଏହି ଘଟଣା କେଉଁଠାରେ ଘଟିଛି ଓ ଭିଡିଓର ସତ୍ୟତା କେତେଦୂର, ସେନେଇ ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ ।

ସୋସିଆଲ ମିଡିଆ ଆଜିର ଦିନରେ ମନୋରଞ୍ଜନ ଓ ଆୟର ଏକ ବଡ଼ ମାଧ୍ୟମ ହୋଇପାରିଛି । କିନ୍ତୁ ଯଦି ଏହା ପରିବାରିକ ସମ୍ପର୍କରେ ଦୂରତା ସୃଷ୍ଟି କରେ, ତେବେ ସମାଜ ପାଇଁ ଏହା ଚିନ୍ତାର ବିଷୟ ବୋଲି କୁହାଯାଉଛି ।

darshan_admin

About Author

You may also like

ଜାତୀୟ

ଉତ୍ତରାଖଣ୍ଡ ଆର୍ମି କ୍ୟାମ୍ପରେ ଭୟଙ୍କର ଅଗ୍ନିକାଣ୍ଡ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାର ଜୋଶୀମଠ ଓଲି ରୋଡରେ ଥିବା ଏକ ଆର୍ମି କ୍ୟାମ୍ପରେ ହୋଇଛି ଅଗ୍ନିକାଣ୍ଡ । ଆର୍ମି କ୍ୟାମ୍ପ ଭିତରେ ଥିବା ଏକ ଷ୍ଟୋରରେ
ଜାତୀୟ

ଆଉ କ୍ୟାବରେ ଦେବାକୁ ପଡିବନି ଅଧିକ ଭଡା

ଯାତ୍ରୀମାନଙ୍କ ପାଇଁ ଆସିଲା ଖୁସି ଖବର । ଏଣିକି କ୍ୟାବ ସେବାକୁ ନେଇ ଆଉ ଆପଣଙ୍କୁ ଚିନ୍ତା କରିବାକୁ ପଡିବନି, କି ଭଡା ଅଧିକ ହେବାର ଭୟ