ଅପରାଧ

Gang Rape Inside Bus: ବସ୍ ଭିତରେ ମହିଳାଙ୍କୁ ଗଣଦୁଷ୍କର୍ମ, ଡ୍ରାଇଭର ଓ କଣ୍ଡକ୍ଟର ଗିରଫ

ରାଜଧାନୀ ଦିଲ୍ଲୀରୁ ଆସିଛି ଏକ ଲଜ୍ଜାଜନକ ଓ ଚମକାଇଦେବା ଘଟଣା। ବସ୍ ଭିତରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଏହି ଘଟଣାରେ ବସ୍ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ପୋଲିସ ଗିରଫ କରିଛି। ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ଓ ଯାତ୍ରୀ ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ।ଦିଲ୍ଲୀର ରାଣୀ ବାଗ ଅଞ୍ଚଳରେ ଘଟିଛି ଏହି ନିର୍ମମ ଘଟଣା। ଅଭିଯୋଗ ଅନୁସାରେ, ମେ ୧୨ ତାରିଖ ରାତିରେ କାରଖାନାରୁ କାମ ସାରି ଘରକୁ ଫେରୁଥିବା ସମୟରେ ଜଣେ ମହିଳା ସରସ୍ୱତୀ ବିହାର ବି-ବ୍ଲକ୍ ବସ୍ ଷ୍ଟାଣ୍ଡ ନିକଟରେ ବସ୍ ପାଇଁ ଅପେକ୍ଷା କରୁଥିଲେ।

ସେତେବେଳେ ଏକ ସ୍ଲିପର ବସ୍ ପାଖରେ ଠିଆ ଥିବା ଜଣେ ବ୍ୟକ୍ତିଙ୍କୁ ବସ୍ ଆସିବା ସମୟ ବିଷୟରେ ପଚାରିଥିଲେ ପୀଡିତା। ହେଲେ ଅଭିଯୁକ୍ତ ହଠାତ୍ ମହିଳାଙ୍କୁ ବସ୍ ଭିତରକୁ ଟାଣିନେଇଥିବା ଅଭିଯୋଗ ହୋଇଛି। ପରେ ବସ୍ ଭିତରେ ଡ୍ରାଇଭର ଓ କଣ୍ଡକ୍ଟର ମିଶି ଗଣଦୁଷ୍କର୍ମ କରିଥିବା ପୋଲିସ କହିଛି।

ଘଟଣା ପରେ ପୀଡିତାଙ୍କୁ ବସ୍ ରୁ ବାହାରକୁ ଫିଙ୍ଗିଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ପରେ ମହିଳାଙ୍କ ଅଭିଯୋଗ ଆଧାରରେ ରାଣୀ ବାଗ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା।

ଭାରତୀୟ ନ୍ୟାୟ ସଂହିତାର ଧାରା ୬୪(୧), ୭୦(୧) ଓ ୩(୫) ଅନୁଯାୟୀ ଏଫଆଇଆର ରଜିଷ୍ଟର କରାଯାଇଛି। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ବସର ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଗିରଫ କରିଛି।

ତଦନ୍ତ ସମୟରେ ବସ୍ ଭିତରେ ରଙ୍ଗୀନ ଓ ଅସ୍ପଷ୍ଟ କାଚ ଲାଗିଥିବା ଜଣାପଡ଼ିଛି। ବସରେ ଜରୁରୀକାଳୀନ ପ୍ରସ୍ଥାନ ବ୍ୟବସ୍ଥା ନଥିବା ମଧ୍ୟ ଅଭିଯୋଗ ହୋଇଛି।

ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିବା ବେଳେ, ଫରେନସିକ୍ ଟିମ୍ ବସ୍ ରୁ ପ୍ରମାଣ ସଂଗ୍ରହ କରୁଛି। ଘଟଣା ସମୟରେ ବସ୍ ଚାଲୁଥିଲା କି ନାହିଁ, ସେନେଇ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି।ରାଜଧାନୀରେ ଏପରି ଘଟଣା ପୁଣିଥରେ ମହିଳା ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି। ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ରୋଷ ପ୍ରକାଶ ପାଉଛି। ପୋଲିସ ମାମଲାର ଗଭୀର ତଦନ୍ତ ଚାଲୁ ରଖିଛି।

darshan_admin

About Author

You may also like

ଅପରାଧ

ଥାନା ଅଧିକାରୀଙ୍କ ଦୁର୍ବ୍ୟବହାରରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଗଜପତି: ଗଜପତି ଜିଲ୍ଲା ଗୋସାଣି ବ୍ଲକ ମହାଦେଇପୁରୁ ଗ୍ରାମର ମନାଶ ଜେନା ନାମକ ଜଣେ ମହିଳା ପାରଳାଖେମୁଣ୍ଡିରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ହଠାତ ଆତ୍ମହତ୍ୟା କରିବା
ଅପରାଧ

ଖୋଲିବ ହ୍ୟୁମାନ ସାଗର ମୃତ୍ୟୁ ରହସ୍ୟ

ଖୋଲିବ ହ୍ୟୁମାନ ସାଗର ମୃତ୍ୟୁ ରହସ୍ୟ । ହ୍ୟୁମାନ ସାଗର ମୃତ୍ୟୁ ଘଟଣାର ହେବ ତଦନ୍ତ । ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ଗୃହ ବିଭାଗର ସଚିବ। ସୋମବାର