ଅପରାଧ

ଚାଲିଥିଲା ରୋଷେଇ ହଠାତ ଫୁଟିଲା ବୋମା, କାର୍ ଚୁରମାର୍

ପୁରୀ ଡେଲାଙ୍ଗରେ ରାତି ଅଧରେ ବୋମାମାଡ଼। ଫାର୍ମହାଉସ ସାମ୍ନାରେ ଫୁଟିଲା ବୋମା, ଚୁରମାର୍ ହେଲା କାରର କାଚ। ବେଆଇନି ଖଣି ଖୋଳା ଓ ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରୁଛି ପୋଲିସ। ଘଟଣାରେ ଜଣେ ଯୁବକ ସାମାନ୍ୟ ଆହତ ହୋଇଛନ୍ତି।ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧୀନ ହରିପୁର କଲେଜ ନିକଟରେ ଦେଖିବାକୁ ମିଳିଛି ବୋମାମାଡ଼ର ଆତଙ୍କ। ଗତ ରାତି ପ୍ରାୟ ସାଢେ ୧୧ଟା ସମୟରେ ଏକ ଫାର୍ମହାଉସରେ କିଛି ଯୁବକ ରୋଷେଇ କରୁଥିବା ବେଳେ ହଠାତ୍ କିଛି ଦୁର୍ବୃତ୍ତ ସେଠାକୁ ଆସି ଲଗାତାର ବୋମାମାଡ଼ କରିଥିଲେ।

ତିନୋଟି ବୋମା ଫିଙ୍ଗାଯାଇଥିବା ବେଳେ ଗୋଟିଏ ବୋମା ବିସ୍ଫୋରଣ ହୋଇଥିଲା। ଅନ୍ୟ ଦୁଇଟି ଅଫୁଟା ଅବସ୍ଥାରେ ଘଟଣାସ୍ଥଳରେ ପଡ଼ି ରହିଥିଲା। ବିସ୍ଫୋରଣରେ ଜଣେ ଯୁବକ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।

କେବଳ ବୋମାମାଡ଼ ନୁହେଁ, ଦୁର୍ବୃତ୍ତମାନେ ଏକ କାରକୁ ମଧ୍ୟ ଟାର୍ଗେଟ କରିଥିଲେ। କାରର କାଚ ଭାଙ୍ଗି ଦେଇଥିବାରୁ ଘଟଣାସ୍ଥଳରେ ଭୟର ପରିବେଶ ସୃଷ୍ଟି ହୋଇଥିଲା।

ଖବର ପାଇ ଡେଲାଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବେଆଇନି ଖଣି ଖୋଳା ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି।

ଏପର୍ଯ୍ୟନ୍ତ କୌଣସି ଏତଲା ରୁଜୁ ହୋଇନଥିଲେ ମଧ୍ୟ, ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି।ଡେଲାଙ୍ଗରେ ବଢ଼ୁଥିବା ଅପରାଧିକ କାର୍ଯ୍ୟକଳାପକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପୋଲିସର ତଦନ୍ତ ପରେ ଘଟଣାର ପୂରା ସତ୍ୟ ସାମ୍ନାକୁ ଆସିବ।

darshan_admin

About Author

You may also like

ଅପରାଧ

ଥାନା ଅଧିକାରୀଙ୍କ ଦୁର୍ବ୍ୟବହାରରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଗଜପତି: ଗଜପତି ଜିଲ୍ଲା ଗୋସାଣି ବ୍ଲକ ମହାଦେଇପୁରୁ ଗ୍ରାମର ମନାଶ ଜେନା ନାମକ ଜଣେ ମହିଳା ପାରଳାଖେମୁଣ୍ଡିରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ହଠାତ ଆତ୍ମହତ୍ୟା କରିବା
ଅପରାଧ

ଖୋଲିବ ହ୍ୟୁମାନ ସାଗର ମୃତ୍ୟୁ ରହସ୍ୟ

ଖୋଲିବ ହ୍ୟୁମାନ ସାଗର ମୃତ୍ୟୁ ରହସ୍ୟ । ହ୍ୟୁମାନ ସାଗର ମୃତ୍ୟୁ ଘଟଣାର ହେବ ତଦନ୍ତ । ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ଗୃହ ବିଭାଗର ସଚିବ। ସୋମବାର