Turkish Airlines Flight Faces Tire Fire: ଟଳିଗଲା ବଡ଼ ବିମାନ ଦୁର୍ଘଟଣା; ଅବତରଣ ସମୟରେ ବିମାନ ଟାୟାରରେ ଲାଗିଲା ନିଆଁ
ତୁର୍କୀସ୍ ଏୟାରଲାଇନ୍ସ ବିମାନରେ ଲଗିଲା ନିଆଁ। ଟାୟାରରେ ନିଆଁ ଲାଗି ଅଗ୍ନିକାଣ୍ଡ।କାଠମାଣ୍ଡୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ସମୟରେ ଅଘଟଣ ଘଟିଛି। ତ୍ରିଭୁବନ ବିମାନବନ୍ଦରରେ ଅବତରଣ ସମୟରେ ତୁର୍କୀସ୍ ଏୟାରଲାଇନ୍ସର ଏକ ବିମାନର ଟାୟାରରେ ନିଆଁ ଲାଗିଯାଇଥିଲା। ନିଆଁକୁ ଲିଭାଇ ଦିଆଯାଇଥିବା ବେଳେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ତୁର୍କୀସ୍ ଏୟାରଲାଇନ୍ସର ବିମାନ ଟିକେ-୭୨୬ ଇସ୍ତାନବୁଲରୁ କାଠମାଣ୍ଡୁ ଆସୁଥିଲା ଏବଂ ଅବତରଣ ସମୟରେ ଏହାର ଟାୟାରରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ଟିମ୍ ନିଆଁକୁ ନିୟନ୍ତ୍ରଣ କରିଥିଲା। ସମସ୍ତ […]




